ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ଚାଲିଗଲା ୮ ଜୀବନ, ୧୩ ଗୁରୁତର

Published By : Krishna Priya | June 22, 2025 9:10 AM

ନୂଆଦିଲ୍ଲୀ ୨୨/୦୬: ବ୍ରାଜିଲରେ ହଟ୍ ଏୟାର ବେଲୁନ୍ ଉଡ଼ାଣ ବେଳେ ଅଘଟଣ। ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ । ନିମିଷକେ ଚାଲିଗଲା ୮ ଜଣଙ୍କ ଜୀବନ। ୧୩ ଜଣ ଗୁରୁତର ଆହତ ହସ୍ପିଟାଲରେ ଭର୍ତ୍ତି । 

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାଟି ଶନିବାର ସକାଳେ ଘଟିଥିଲା । ବେଲୁନରେ ମୋଟ ୨୧ ଜଣ ଥିଲେ। ଉଡ଼ାଣ ସମୟରେ ଭୂମିରୁ ପ୍ରାୟ ୧୦୦ ଫୁଟ ଉଚ୍ଚରେ ହଟ ବେଲୁନରେ ହଠାତ ନିଆଁ ଲାଗିଯାଇଥିଲା।  ବେଲୁନରେ ବସିଥିବା ଲୋକମାନେ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବେଲୁନରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତଦନ୍ତ ଜାରି ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.