ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପରିବାରର ୫ ସଦସ୍ୟଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ; ୩ ଶିଶୁ ମୃତ, ବାପା-ମାଆ ଗୁରୁତର

Published By : Krishna Priya | June 15, 2025 12:05 PM

ଉମରକୋଟ ୧୫/୦୬ : ସ୍ବାମୀ-ସ୍ତ୍ରୀ ବିଷ ପିଇଲେ । ୩ ପିଲାଙ୍କ ଖାଇବାରେ ବି ବିଶ ମିଶାଇ ଦେଲେ । ବିଷ ଜ୍ବାଳାରେ ୩ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଗଲା । ଏବେ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦମ୍ପତି  । ଛତିଶଗଡ଼ କାଙ୍କେର ଜିଲ୍ଲା ପରତାପୁର ଥାନା ଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଶାନ୍ତିନଗର ସ୍ଥିତ ପିଭି-୭୦ ଗାଁରୁ ଆସିଛି ଏପରି ମନକୁ ଆନ୍ଦୋଳିତ କଲା ପରି ଖବର । 

ପିଭି-୭୦ ଗାଁର ରମେଶ ବୈରାଗୀ । ପତ୍ନୀ ଓ ୩ ପିଲାଙ୍କୁ ନେଇ ତାଙ୍କ ସଂସାର । ତେବେ ରମେଶ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି ।  ଘରର ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ତଥ୍ୟ ମୁତାବକ ରମେଶଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ଉଧାର କରଜରେ ବୁଡିଯାଇଥିଲେ ସେ । ଯାହାକୁ ନେଇ ସବୁବେଳେ ପତ୍ନୀଙ୍କ ସହ ଝଗଡ଼ା ଲାଗି ରହୁଥିଲା। ଶୁକ୍ରବାର ରାତିରେ ମଧ୍ୟ ସେହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିବା କହିଛନ୍ତି ପଡୋଶୀ ।  ତେବେ ସକାଳୁ ରମେଶଙ୍କ ଘର କବାଟ ଖୋଲି ନଥିବା ଦେଖି ପଡୋଶୀଙ୍କ ସନ୍ଦେହ ହୋଇଥିଲା । ଘର ଭିତରେ ପଶି ଯାହା ଦେଖିଲେ କାହା ମୁଣ୍ଡ କାମ କରିନଥିଲା ।

୩ଶିଶୁ ସବୁଦିନ ପାଇଁ ଶୋଇ ଯାଇଥିବାବେଳେ ରମେଶ ଓ ପତ୍ନୀ ଛଟପଟ ହେଉଥିଲେ । ଘର ଭିତରେ ରାତିର ଖାଇବା ଓ ଥାଳି ଏଣେତେଣେ ପଡିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ  ପାଖାଞ୍ଚର ସ୍ଥିତ ସିଭିଲ୍ ହସ୍ପିଟାଲରେ ଭତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ଡାକ୍ତର । ତେବେ ଆତ୍ମହତ୍ୟା ଉଦ୍ୟମ ପଛରେ ଆର୍ଥିକ ସମସ୍ୟା ନା ଆଉ କିଛି କାରଣ ରହିଛି ତାର ଛାନଭିନ ଚଳାଇଛି ପୋଲିସ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.