ନୂଆଦିଲ୍ଲୀ,୧୮।୬: ଫାସ୍ଟ୍ୟାଗ୍କୁ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ଼ ଘୋଷଣା । ବାର୍ଷିକ ୩୦୦୦ ଟଙ୍କାର ଫାସ୍ଟ୍ୟାଙ୍ଗ ଆଧାରିତ ପାସ୍ ଘୋଷଣା କରିଛନ୍ତି। ଏହି ପାସ୍ ଚଳିତ ବର୍ଷ ଅଗଷ୍ଟ ୧୫ ରୁ କାର୍ଯ୍ୟକାରୀ ହେବ। ଯାହାକି ବିଶେଷ ଭାବରେ କାର, ଜିପ୍ ଏବଂ ଭ୍ୟାନ ଭଳି ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ ପାଇଁ ଡିଜାଇନ୍ କରାଯାଇଛି।
ବହୁତ ଦିନ ଧରି ଆଲୋଚନା ହେଉଥିଲା ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଏକ ନୂତନ ଟୋଲ୍ ନୀତି ଆଣିବାକୁ ଯୋଜନା କରୁଛି। ଯାହା ଅଧୀନରେ ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଯାତ୍ରାକୁ ସହଜ କରିବା ପାଇଁ ନୂତନ ସୁବିଧା ଯୋଗାଇ ଦିଆଯିବ। ଏହି ସମୟରେ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ସୋସିଆଲ ନେଟୱାର୍କିଂ ସାଇଟ୍ 'X' ମାଧ୍ୟମରେ ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ଜାରି କରିବାର ଘୋଷଣା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, 'ଆମେ ୩୦୦୦ ଟଙ୍କା ମୂଲ୍ୟର ଏକ ଫାସଟ୍ୟାଗ୍-ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରୁଛୁ, ଯାହା ୧୫ ଅଗଷ୍ଟ ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ଏହା ସକ୍ରିୟ ହେବା ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଏହି ପାସ୍ ବିଶେଷ ଭାବରେ କାର, ଜିପ୍ ଏବଂ ଭ୍ୟାନ ଭଳି ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ ପାଇଁ ଡିଜାଇନ୍ କରାଯାଇଛି।' ଏହି ପାସ୍ ସକ୍ରିୟ କିମ୍ବା ନବୀକରଣ କରିବା ପାଇଁ, ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI / MoRTH ୱେବସାଇଟ୍ରେ ଏକ ପୃଥକ ଲିଙ୍କ୍ ଖୁବ୍ଶୀଘ୍ର ଉପଲବ୍ଧ କରାଯିବ । ଯାହା ମାଧ୍ୟମରେ ଉପଭୋକ୍ତାମାନେ ଏହି ଲିଙ୍କ୍ ପରିଦର୍ଶନ କରିପାରିବେ ଏବଂ ବାର୍ଷିକ ପାସ୍ ଦାଖଲ କରିପାରିବେ ।