ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

୩ ଭାରତୀୟଙ୍କ ଏଚ୍‌୧ ବି ଭିସା ରଦ୍ଦ, ଆବୁଧାବି ବିମାନ ବନ୍ଦରରୁ ଫେରିଲେ

Published By : Prameya | June 23, 2025 12:23 PM

ନୂଆଦିଲ୍ଲୀ,୨୩/୦୬:  ଏଚ୍‌୧ ବି  ଭିସାରେ କାମ କରୁଥିବା ୩ ଭାରତୀୟଙ୍କ  ଭିସାକୁ ରଦ୍ଦ କରିଛି ଆମେରିକା ।  ଏମାନଙ୍କୁ ଆମେରିକାରେ ପ୍ରବେଶ ନେଇ ବାରଣ ହୋଇଥିବାରୁ ଆବୁଧାବି ବିମାନ ବନ୍ଦରରୁ ଫେରାଇ ଦିଆଯାଇଛି । ଏହି  ୩ କର୍ମଚାରୀ ଅନୁମତି ଠାରୁ ଅଧିକ ସମୟ ଭାରତରେ ବିତାଇଥିଲେ । ଜଣେ  କର୍ମଚାରୀ ୩ ମାସ ଯାଏ ଭାରତରେ  ରହିଥିଲେ । ଅନ୍ୟ ଜଣେ ୩ ମାସରୁ  ଅଧିକ ସମୟ ଓଭରଷ୍ଟେ କରିଥିଲେ । ଏହି  ଭାରତୀୟ ନାଗରିକଙ୍କ ନିକଟରେ ଅଧିକ  ସମୟ ଦେଶରେ ରହିବା ନେଇ ଜରୁରୀ  ପ୍ରମାଣପତ୍ର ଏବଂ କମ୍ପାନି ଜାରି କରିଥିବା  ଅନୁମତିପତ୍ର ରହିଥିଲା । ମାତ୍ର ଏହା  ସତ୍ତେ୍ୱ ମଧ୍ୟ ସେମାନଙ୍କୁ ଭାରତ ଫେରାଇ  ଦିଆଯାଇଛି । ନିୟମମାନିବା ସତ୍ୱେ ଏଭଳି ହୋଇଥିବାରୁ ପ୍ରଭାବିତ କର୍ମଚାରୀମାନେ  ସୋସିଆଲ ମିଡିଆରେ ଏହାକୁ  ନେଇ ଅସନ୍ତୋଷ ଜାହିର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.