ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି

Published By : Harapriya Sethi | June 19, 2025 11:57 AM

ରାଉରକେଲା,୧୯/୦୬: ଲଘୁଚାପ ପ୍ରଭାବରେ ଇସ୍ପାତ ସହର ରାଉରକେଲାରେ ଗତ ୩ ଦିନ ହେଲା ଲାଗି ରହିଛି ବର୍ଷା। ଲଗାଣ ବର୍ଷା ଯୋଗୁଁ ଘରେ ଘରେ ପଶିଛି ପାଣି। ଫଳରେ ରାତି ଅନିଦ୍ରା ହୋଇ ରହିଥିଲେ ଲୋକେ।

ବର୍ଷା ଯୋଗୁଁ ସେକ୍ଟର- ୬, ସେକ୍ଟର-୧୫, ସେକ୍ଟର- ୧୬ ଅଞ୍ଚଳରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ଏହି ସବୁ ଅଞ୍ଚଳର ଘରେ ଘରେ ପଶିଛି ପାଣି। ଏପରିକି ରାସ୍ତାରେ ପାଣି ଜମି ରହିଥିବାରୁ ଲୋକଙ୍କ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଛି । ଘରେ ଘରେ ପାଣି ପଶିବା ଯୋଗୁଁ ଆସବାବପତ୍ର ସବୁ ଭିଜି ଯାଇଛି । ବର୍ତ୍ତମାନ ଯାଏଁ ପାଣି ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ବର୍ଷା ଲାଗି ରହିଥିବାରୁ ଲୋକଙ୍କ ସମସ୍ୟା ଆହୁରି ବଢ଼ି ଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.