ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ

Published By : Harapriya Sethi | June 19, 2025 1:29 PM

ରାଉରକେଲା,୧୯/୦୬: ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ଦଳ । ମଦ ବୋଝେଇ ଦୁଇଟି କାର୍‌କୁ ଜବତ କରିବା ସହ ୨ଜଣ ମଦ ମାଫିଆ ଏବଂ ଜଣେ ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ୨ ଜଣ ମଦ ମାଫିଆ ଦୁଇଟି କାର୍‌ ଯୋଗେ ଝାଡ଼ଖଣ୍ଡରୁ ନକଲି ବିଦେଶୀ ମଦ ରାଉରକେଲା ଆଣି ସେକ୍ଟର ୧୯ ସ୍ଥିତ ମୁଣ୍ଡା ମାର୍କେଟଠାରେ ସହଯୋଗୀ ଚାଲାଣକାରୀଙ୍କୁ ଅପେକ୍ଷା କରିଥିଲେ । ଏ ସମ୍ପର୍କରେ ଅବକାରୀ ଇନ୍ସପେକ୍ଟର କୌଣସି ସୂତ୍ରରୁ ଖବର ପାଇଥିଲେ । ଖବର ପାଇବା ପରେ ଟିମ୍‌ ସହ ସେହି ମାର୍କେଟରେ ଚଢ଼ାଉ କରି ମଦ ବୋଝେଇ ୨ କାର୍‌କୁ ଜବତ କରିଥିଲେ । ଏହା ସହ ୨ ଜଣ ମଦ ମାଫିଆଙ୍କୁ ଗିରଫ କରିଥିଲେ । ୨ମାଫିଆଙ୍କ ବୟାନ ଅନୁସାରେ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.