ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ହର୍ମୁଜ୍ ଷ୍ଟ୍ରେଟ୍‌ ବନ୍ଦ କରିବାକୁ ଇରାନ ସଂସଦରେ ମିଳିଲା ମଞ୍ଜୁରୀ, ଅଧିକ ପ୍ରଭାବିତ ହେବେ ଭାରତ ଓ ଚୀନ୍

Published By : Harapriya Biswal | June 23, 2025 1:57 PM

ନୂଆଦିଲ୍ଲୀ,୨୩।୬: ଆମେରିକା ପକ୍ଷରୁ ତିନୋଟି ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ପରେ ହର୍ମୁଜ୍ ଷ୍ଟ୍ରେଟ୍‌କୁ ବନ୍ଦ କରିଛି ଇରାନ। ଏନେଇ ଇରାନ ସଂସଦରେ ଏହାକୁ ମଞ୍ଜୁରୀ ମିଳିଛି। ଏହି କରିଡର ସାରା ଦୁନିଆକୁ ତେଲ ଓ ଗ୍ୟାସ୍ ସପ୍ଲାଇକୁ ପ୍ରଭାବିତ କରିବ। ଏଭଳି ସ୍ଥିତିରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ର ଅଭାବ ହୋଇପାରେ କିମ୍ବା ବଢିପାରେ। ଏହା ବନ୍ଦ ହେବା ଫଳରେ ଭାରତ ସହ ଚୀନ୍ ଭଳି ପଡୋଶୀ ଦେଶକୁ ଲାଗିବ ବଡ଼ ଝଟକା। କାରଣ ଚୀନ୍‌ ସବୁଠାରୁ ଅଧିକ ତେଲ ଇରାନଠାରୁ କ୍ରୟ କରିଥାଏ।

ଇରାନ ନିଜ ଆବଶ୍ୟକତାର ୪୭ ପ୍ରତିଶତ ଅଂଶ ମଧ୍ୟ ପୂର୍ବ ଦେଶରୁ କିଣିଥାଏ। ଏହି ତେଲର ସପ୍ଲାଇ ହର୍ମୁଜ୍ ଷ୍ଟ୍ରେଟ୍ ବାଟ ଦେଇ ଆସିଥାଏ। କେବଳ ସେତିକି ନୁହେଁ ଭାରତ ପାଇଁ ଏହା ମଧ୍ୟ ଚିନ୍ତାର ସ୍ଥିତି ହେବ। କାରଣ ଆମର ଆବଶ୍ୟକୀୟ ୪୦% ତୈଳ ଏହି ରାସ୍ତା ଦେଇ ଭାରତ ଆସିଥାଏ। ଏହାଛଡା ଇରାନରୁ ୨୦% ତୈଳ ମଧ୍ୟ ଭାରତ କ୍ରୟ କରିଥାଏ। ବର୍ତ୍ତମାନ ଭାରତ ସରକାର ରୁଷ ନିକଟରୁ ତୈଳ କ୍ରୟ କରିବା ବଢାଇ ଦେଇଛନ୍ତି। କିନ୍ତୁ  ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ହବା ଫଳରୁ ଏହାର ଦାମ୍ ଉପରେ ପ୍ରଭାବ ପହିବ। ଏଭଳି ସ୍ଥିତିର ଲାଭ ରୁଷ ମଧ୍ୟ ଉଠାଇବାକୁ ଚାହିଁବ।

ଭାରତ ପ୍ରତିଦିନ ପ୍ରାୟ ୫୦.୫ ଲକ୍ଷ ବ୍ୟାରେଲ ତୈଳ ଆମଦାନୀ କରିଥାଏ। ଏଥିରେ ୨୦ ଲକ୍ଷ ବ୍ୟାରେଲ ଅଶୋଧିକ ତୈଳ ପ୍ରତିଦିନ ଏହି ଜଳମାର୍ଗ ଦେଇ ଆସିଥାଏ। ଭାରତ ନିଜର ଆବଶ୍ୟକୀୟ ୯୦% ତୈଳ ଆମଦାନୀ କରିଥାଏ। ଏଭଳିସ ସ୍ଥିତି ମଧ୍ୟ ଚୀନ୍‌ର ରହିଛି। ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ହେବା ଫଳରେ ଭାରତ ଓ ଚୀନ୍ ଭଳି ଦେଶକୁ ଅଧିକ କ୍ଷତି ସହିବାକୁ ହେବ।  ଆମେରିକା ଓ ପାଶ୍ଚାତ୍ୟ ଦେଶକୁ ଉଚିତ ଜବାବ ଦେବା ପାଇଁ ଇରାନ ଏହି ରାସ୍ତାକୁ ବନ୍ଦ କରିଥିଲେ ବି ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବନି କିମ୍ବା କ୍ଷତି ହେବନି। କାରଣ ଆମେରିକା ତୈଳ ମାମଲାରେ ଆତ୍ମନିର୍ଭର ହୋଇସାରିଛି। ତେବେ ପୂର୍ବରୁ ଏଭଳି ଏକ ସମୟ ଥିଲା ର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ହେଲେ ଆମେରିକା ଓ ୟୁରୋପୀୟ ଦେଶ ଆଶଙ୍କିତ ଥିଲେ। ଆଜିର ସମୟରେ ଚୀନ୍‌ ଓ ଭାରତ ଭଳି ଦେଶ ଉପରେ ଏହାର ଅଧିକ ପ୍ରଭାବ ପଡିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.