ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌, ଅନେକ ସହରକୁ ମିସାଇଲ ମାଡ଼

Published By : Ankita S | June 22, 2025 12:48 PM

ନୂଆଦିଲ୍ଲୀ,୨୨/୦୬: ଇରାନ୍‌ର ପରମାଣୁ ଠିକଣାରେ ଆମେରିକାର ଆକ୍ରମଣ ପରେ ରାଗରେ ଜଳୁଛି ଇରାନ୍‌ । ଇସ୍ରାଏଲ ଉପରେ ପ୍ରତି ଆକ୍ରମଣ କରିଛି । ଜବାବୀ ଆଟାକ୍ କରି ଇସ୍ରାଏଲର ଅନେକ ସହରକୁ ବାଲାଷ୍ଟିକ ମିସାଇଲ୍ ମାଡ କରିଛି ଇରାନ୍ । ତେଲ୍‌ଅଭିଭ୍‌ ସମେତ ପ୍ରାୟ ୧୫ ସହରକୁ ଘନ ଘନ ଏୟାରଷ୍ଟ୍ରାଇକ୍ କରିଛି ଇରାନ୍‌ । ୫ଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି । ତେଲ୍‌ଅଭିଭ୍‌ ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛି । ଇସ୍ରାଏଲର ଅନେକ ସ୍ଥାନରେ ସାଇରନ୍ ବାଜିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷା ଦୁଷ୍ଟିରୁ ଇସ୍ରାଏଲରେ ବିମାନ ଉଡ଼ାଣ ବାତିଲ ରହିଛି । ଆମେରିକାର ୩ ମୁଖ୍ୟ ପରମାଣୁ ଠିକଣାରେ ଆଟାକ୍‌ରେ କାହାର ଜୀବନ ଯାଇନାହିଁ କି କିଛି ରେଡିଏସନ ଲିକ୍ ହୋଇନାହିଁ ବୋଲି କହିଛି ଇରାନ୍‌ । ୟୁଏନ୍‌ରେ ଜରୁରୀ ବୈଠକ ଡାକିବାକୁ ଦାବି କରିଛି ଇରାନ୍‌ ।

ରାଗରେ ଜଳୁଛି ଇରାନ୍‌- ଇସ୍ରାଏଲ ମିଡିଆ କହିବା ଅନୁସାରେ ଇରାନ୍‌,ଉତ୍ତର ଓ ମଧ୍ୟ ଇସ୍ରାଏଲର ସହର, ହାଇଫା, ନେସ ଜିୟୋନା, ରିଶୋନ ଲେଜିୟନ, ତେଲଅଭିଭ୍ ଉପରେ ମିସାଇଲ ମାଡ କରିଛି । ଇରାନ୍‌ର ନ୍ୟୁଜି ଚ୍ୟାନେଲରେ ବି ଫଟୋ ପ୍ରସାରିତ ହୋଇଛି । ପ୍ରାୟ ୩୦ ମିସାଇଲ ମାଡ କରିଥିବା ଦାବି କରିଛି ଇସ୍ରାଏଲ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢନ୍ତୁ...ଧ୍ୱଂସ ୩ ପରମାଣୁ ଠିକଣା, ଭାଙ୍ଗିଲା ନ୍ୟୁକ୍ଲିୟର ଶକ୍ତି ହେବା ସ୍ୱପ୍ନ ! ଜାଣନ୍ତୁ ଟ୍ରମ୍ପଙ୍କୁ କ'ଣ ଚେତାବନୀ ଦେଲା ଇରାନ୍‌ ?

'କିଛି କ୍ଷତି ହୋଇନାହିଁ' - ଆମେରିକା ଇରାନ୍‌ର ୩ ପରମାଣୁ ଠିକଣାରେ ହମଲା ପରେ ଇରାନ୍‌ର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।  ଇରାନ୍‌ କହିଛି କି, ଆମେରିକା ଓ ଇସ୍ରାଏଲକୁ ଡରିବନି ଇରାନ୍ । ପ୍ରତି ଆକ୍ରମଣର ମୁହଁତୋଡ଼ ଜବାବ ଦିଆଯିବ ।  ଆମେରିକା ଆକ୍ରମଣରେ ତାର ନ୍ୟୁକ୍ଲିୟର ସାଇଟ୍‌ର କିଛି କ୍ଷତି ହୋଇନାହିଁ । ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଏହା ସହିତ ରେଡିଏସନ୍‌ ଲିକ୍‌ର ବିପଦ ନାହିଁ । ଇରାନ୍‌ର ପରମାଣୁ ଉର୍ଜା ସଂସ୍ଥା (ଏଇଆଇଓ)ରେ ଆମେରିକାର ଆକ୍ରମଣରେ ଦେଶର ପ୍ରମୁଖ ପରମାଣୁ ଠିକଣାର କିଛି କ୍ଷତି ହୋଇନାହିଁ । ଇରାନ୍‌ର ପରମାଣୁ କାର୍ଯ୍ୟକଳାପ ଅଟକିବ ନାହିଁ ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.