ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦଶକ ପରେ ଏକା ପଡିଗଲା ଇରାନ ! ବାଗଦାଦରୁ ବେରୁଟ୍ ପର୍ଯ୍ୟନ୍ତ କେହି ଦେଉନାହାନ୍ତି ସାଥ୍

Published By : Harapriya Biswal | June 19, 2025 6:42 PM

ନୂଆଦିଲ୍ଳୀ,୧୯।୬:  ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ବ ଚିନ୍ତିତ। ୧୩ ଜୁନ୍‌ରୁ ଇସ୍ରାଏଲର ‘ଅପରେସନ୍ ରାଇଜିଂ ଲାୟନ’ ଅନୁସାରେ, ଇରାନର ପରମାଣୁ ଓ ସାମରିକ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ଏହାପରେ ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଛି। ଏହା ଭିତରେ ଗୋଟିଏ ପ୍ରଶ୍ନ ହେଉଛି ଇରାନ ବହୁ ଦଶକ ପରେ ପ୍ରଥମ ଥର ଏହି ଯୁଦ୍ଧ ନିଜର ପାରମ୍ପାରିକ୍ ସହଯୋଗୀଙ୍କ ବିନା ଏକାକୀ ଲଢୁଛି।

ଚାରି ଦଶକୁ ଅଧିକ ସମୟ ଧରି ଇରାନ ମଧ୍ୟପୂର୍ବରେ ନିଜର କ୍ଷମତାକୁ ବଜାୟ ରଖିବାକୁ ଚେଷ୍ଟା କରିଛି। ଏଥିପାଇଁ ପ୍ରକ୍ସି ସେନା (ନିଜ ବଦଳରେ ଲଢୁଥିବା ଗୋଷ୍ଠୀ)ର ଏକ ମେଣ୍ଟ ତିଆରି କରିଛି। ଏହାକୁ ସେ ‘ଆକ୍ସିସ୍ ଅଫ ରେଜିଷ୍ଟାନ୍ସ’ କୁହାଯାଏ। ଏହାର ଉଦେଶ୍ୟ ନିଜର ଶକ୍ତିକୁ ଦେଖାଇବା, ଆମେରିକା ଓ ଇସ୍ରାଏଲର ପ୍ରଭାବକୁ କମ୍ କରିବା। କିନ୍ତୁ ଏବେ ଯେତେବେଳେ ଇସ୍ରାଏଲ ଆକ୍ରମଣ କରିଛି ସେତେବେଳେ ଇରାନର ପାରମ୍ପାରିକ୍ ସହଯୋଗୀ  ସାଥ୍ ଛାଡି ଦେଇଛନ୍ତି। ଏବେ ଏକୁଟିଆ ପଡିଯାଇଛି ଇରାନ। 

କେଉଁଠି ଅଛନ୍ତି ଇରାନର ସହଯୋଗୀ

ଇରାନ- ଇରାକରେ ଇରାନ ସମର୍ଥିତ ମିଲିଶିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଆମେରିକା ସେନା ଉପରେ ଆକ୍ରମଣ କରିଚାଲିଛନ୍ତି। ବାଗଦାଦ୍‌ରେ ଇରାନର ହିତ୍‌ର ରକ୍ଷା କରିଛି। କିନ୍ତୁ ନିକଟରେ କିଛି ବର୍ଷରେ ଏହି ଗୋଷ୍ଠୀରେ ଆଭ୍ୟନ୍ତରୀଣ ସଂଘର୍ଷ ଓ ସ୍ଥାନୀୟ ବିରୋଧ ଦେଖିବାକୁ ମିଳିଛି। ଇସ୍ରାଏଲର ଆକ୍ରମଣ ପରେ ମିଲିଶିୟା କୌଣସି ବଡ଼ ଜବାବୀ କାର୍ଯ୍ୟାନୁଷ୍ଠାନ କରିନି।

ଲେବାନନ- ଏଠାରେ ହିଜବୁଲ୍ଲାହ ଇରାନର ସବୁଠାରୁ ବଡ଼ ସହଯୋଗୀ। କିନ୍ତୁ ହିଜବୁଲ୍ଲାହ ମଧ୍ୟ ଇସ୍ରାଏଲ ହାତରେ ପ୍ରବଳ କ୍ଷତି ସହିଛି। ୨୦୨୩ ରୁ ଇସ୍ରାଏଲୀ ସେନା ଲଗାତାର ହିଜବୁଲ୍ଲାକୁ ଟାର୍ଗେଟ କରୁଛି। ଲେବାନନ୍‌ରେ ସଂଘର୍ଷରେ ଏହାର ବରିଷ୍ଠ କମାଣ୍ଡରଙ୍କ ହତ୍ୟା ଓ ସମ୍ବଳର ଅଭାବ ଯୋଗୁଁ ଏହା ଦୁର୍ବଳ ପଡିଛି। 

ପାଲେଷ୍ଟାଇନ୍- ହମାସ ୭ ଅକ୍ଟୋବର ୨୦୨୩ ରେ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ହମାସ ଗାଜାରେ ଇସ୍ରାଏଲର ସାମରିକ ଅଭିଯାନର ସାମନା କରୁଛି। ନିଜର ସାମରିକ କ୍ଷମତାକୁ ହରାଇ ସାରିଛି। ସେଭଳି ଇସ୍ରାଏଲ ପ୍ରାୟ ପୁରା ଗାଜା ପଟିକୁ ଧ୍ବଂସ କରିସାରିଛି। 

ୟମନ- ହୁତି ବିଦ୍ରୋହୀ ଲାଲ ସାଗରରେ ଶିପିଂ ଉପରେ ଆକ୍ରମଣ କରି ବିଶ୍ବର ଧ୍ୟାନ ଆକର୍ଷଣ କରିଥିଲା, କିନ୍ତୁ ଇସ୍ରାଏଲ ଓ ଆମେରିକାର ବିମାନ ଆକ୍ରମଣରେ ଏହାର କ୍ଷମତାକୁ ସୀମିତ କରିଦେଇଛି।

ରୁଷ ଓ ଅନ୍ୟ ସହଯୋଗୀ- ରୁଷ, ଯାହାକି ପୂର୍ବରୁ ଇରାନର ରଣନୈତିକ ପାର୍ଟନର, ସେ ଏବେ ୟୁକ୍ରେନ୍ ସହ ଯୁଦ୍ଧ ଓ ନିଜର ଆଞ୍ଚଳିକ ରଣନୈତିକ କାରଣରୁ ଏହି ସଂଘର୍ଷରେ ସାମିଲ ହୋଇନି। ବିଶେଷଜ୍ଞଙ୍କ ମିତରେ ଲମ୍ବା ଯୁଦ୍ଧ ସ୍ଥିତିରେ ରୁଷକୁ କ୍ଷତି ହୋଇପାରେ, କାରଣ ଇରାନରେ ସରକାର ପରିବର୍ତ୍ତନ ହେବାଦ୍ବାରା ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଶେଷ ହୋଇପାରେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.