ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

'ଦୟା କରାଯିବ ନାହିଁ', ଖାମେନିଙ୍କ ଏହି ମେସେଜ ପରେ ଇସ୍ରାଏଲ୍‌ ଉପରେ ୨୫ ମିସାଇଲ ମାଡ଼କଲା ଇରାନ୍‌

Published By : Ankita S | June 18, 2025 8:40 AM

ନୂଆଦିଲ୍ଲୀ,୧୮/୦୬: ୬ ଦିନ ହେବ ଇରାନ୍-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏବେ ଯୁଦ୍ଧଙ୍କୁ ଆମେରିକା ଏଣ୍ଟ୍ରୀ ନେଇ ଆଶଙ୍କା ଉପୁଜିଛି । ଦୟା କରାଯିବ ନାହିଁ ଏବେ ଯୁଦ୍ଧ ଭୟଙ୍କର ହେବାକୁ ଯାଉଛି । ଇରାନ୍ ସୁପ୍ରିମ ଲିଡ଼ର ଆୟାତୋଲ୍ଲା ଅଲି ଖାମେନି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯୁଦ୍ଧ ଆରମ୍ଭ ହେଉଛି । ଆୟାତୋଲ୍ଲାଙ୍କ ଏହି ମେସେଜ ପରେ ଇସ୍ରାଏଲ୍‌ର ୨୫ ଠିକଣାରେ ମିସାଇଲ ମାଡ଼ କରିଛି ଇରାନ୍‌ ।

ଇରାନ୍ ଓ ଇସ୍ରାଏଲ୍‌ ମଧ୍ୟରେ ୬ ଦିନରେ ପହଞ୍ଚିଛି ଉତ୍ତେଜନା । ପରସ୍ପର ଉପରେ ଆଟାକ୍‌ କରୁଛନ୍ତି । ଜଳୁଛି  ମଧ୍ୟପ୍ରାଚ୍ୟ । ବର୍ଷୁଛି ବୋମା । ଛିନ୍ନଛତର ଇରାନ୍ । ଗଲାଣି ୨୪୪ରୁ ଅଧିକ ଜୀବନ । ୧୨୦୦ରୁ ଅଧିକ ଆହତ । ଇରାନ୍ ସୁପ୍ରିମ ଲିଡ଼ର ଖାମେନି ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ''ଯୁଦ୍ଧ ଆରମ୍ଭ ହେଉଛି । ଆମେ ଆତଙ୍କୀ ସମୂହ ଶାସନକୁ କଡ଼ା ଜବାବ ଦେବୁ । ସୋମାନଙ୍କ ଉପରେ ଦୟା କରାଯିବ ନାହିଁ ।'' ଆୟାତୋଲ୍ଲାଙ୍କ ଏହି ମେସେଜର କିଛି ସମୟ ପରେ ଇସ୍ରାଏଲର ୨୫ ଠିକଣାରେ ମିସାଇଲ ମାଡ଼ କରିଛି ଇରାନ୍ । ଏହାର ଜବାବ୍ ଦେଇ ଇରାନ୍‌ର ୧୨ ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ । ଇରାନ୍‌ର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କୁ ଯଦି ଯୁଦ୍ଧରେ ନିପାତ କରିଦିଆ ଯାଏ ତେବେ ଏ ଯୁଦ୍ଧର ତୁରନ୍ତ ଯବନିକା ପଡିବ । ଏଥିରେ କେହି ପ୍ରତିବାଦ କରିବେ ନାହିଁ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।

ଅଧିକ ପଢନ୍ତୁ...ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ; କହିଲେ "ସୁପ୍ରିମ ଲିଡରଙ୍କ ଲୁଚିବା ସ୍ଥାନ ଜଣା, ଏବେ ହଟାଇବୁ ନାହିଁ"

ଆୟାତୋଲ୍ଲାଙ୍କୁ ଇସ୍ରାଏଲ ରକ୍ଷାମନ୍ତ୍ରୀଙ୍କ ଚେତାବନୀ- ଇସ୍ରାଏଲ ରକ୍ଷା ମନ୍ତ୍ରୀ କେଟେ୍‌ଜ ଇରାନ୍ ସୁପ୍ରିମ ଲିଡର ଖାମେନିଙ୍କୁ ଚରମ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ଖାମେନି ଇସ୍ରାଏଲ ବିରୋଧରେ ସେହି ରାସ୍ତାରେ ଚାଲିବା ଜାରି ରଖନ୍ତି ତେବେ ତାଙ୍କ ଅବସ୍ଥା ଇରାନ୍‌ର ପୂର୍ବ ଶାସକ ସଦ୍ଦାମ ହୁସେନ ଭଳି ହେବ । ଖାମେନିଙ୍କୁ ମନେ ରଖିବାକୁ ହେବ କି ଇସ୍ରାଏଲର ବିରୋଧ କରିଥିବା ଏକଛତ୍ରବାଦୀର ପରିଣାମ କଣ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.