ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଇରାନ୍ ଉପରେ ହମଲା କରିବ କି ଆମେରିକା ? ତୁରନ୍ତ ତେହରାନ୍ ଛାଡ଼ କହିଲେ ଟ୍ରମ୍ପ, ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ

Published By : Ankita S | June 17, 2025 9:49 AM

ନୂଆଦିଲ୍ଲୀ,୧୭/୦୬: ଇରାନ୍ ଉପରେ ଆକ୍ରମଣ କରିବ କି ଆମେରିକା ? ଇରାନ୍- ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଭୟଙ୍କର ହେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ବଡ଼ ବୟାନ ଦେଇଛନ୍ତି । ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଚେତବାନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତୁରନ୍ତ ସମସ୍ତେ ତେହେରାନ ଛାଡ଼ିବା ଉଚିତ୍ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଅନୁମାନ କରାଯାଉଛି କି ଇରାନ୍-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆମେରିକା ସିଧାସଳଖ ହସ୍ତକ୍ଷେପ କରିପାରେ ।

ମଧ୍ୟପ୍ରାଚ୍ୟର ଦୁଇ ବଡ଼ ଦେଶ ଇରାନ୍- ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ୪ଦିନ ହେବ ଦୁଇଦେଶ ପରସ୍ପର ଉପରେ ଏୟାର ଷ୍ଟ୍ରାଇକ୍ କରୁଛନ୍ତି । ଇସ୍ରାଏଲ୍‌ର ମିସାଇଲ ମାଡ଼ରେ ଇରାନ୍‌ର ୨୪୪ଜଣଙ୍କର ମୃତ୍ୟୁ ହୋଇଛି । ଇରାନ୍- ଇସ୍ରାଏଲ ଯୁଦ୍ଧ ପରିସ୍ଥିତିରେ ତେଲ ଅଭିଭରେ ଥିବା ଆମେରିକା ଦୂତାବାସ ଉପରକୁ ଇରାନ୍ ଆକ୍ରମଣ କରିଥିଲା । ଏହାକୁ ନେଇ ଆକ୍ସନ ମୁଡକୁ ଆସିଛି ଆମେରିକା ।  ଏ ବାବଦରେ ଆଲୋଚନା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍‌କୁ ପରାମର୍ଶ ଦେଇଥିଲେ । ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ କଡ଼ା ଚେତାବନୀ ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ''ଇରାନ୍ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ ମୁଁ ବାରମ୍ବାର କହିଛି । ଇରାନ୍ ଚୁକ୍ତିନାମରେ ସ୍ୱାକ୍ଷର କରିବା ଉଚିତ୍ ହୋଇଥାନ୍ତା । ଏହା ମାନବ ଜୀବନର ଅପଚୟ ଏବଂ ଲଜ୍ଜାର କଥା । ସମସ୍ତେ ତୁରନ୍ତ ତେହରାନ୍ ଛାଡ଼ିଦେବା ଉଚିତ୍ ।''  

ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି କି, ମଧ୍ୟପ୍ରାଚ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ତେଣୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜି-୭ ଶିଖର ସମ୍ମିଳନୀରୁ ଫେରିବେ । ଏହା ପୂର୍ବରୁ ଟ୍ରମ୍ପ ତୁରନ୍ତ ତେହରାନ ଖାଲି କରିବାକୁ କହିଛନ୍ତି । ଇରାନ୍ - ଇସ୍ରାଏଲ ଯୁଦ୍ଧକୁ ନେଇ ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଛନ୍ତି ଟ୍ରମ୍ପ । ଯାହାକୁ ନେଇ ହଲଚଲ ଦେଖିବାକୁ ମିଳିଛି । ସେପଟେ ଜି-୭ ଶିଖର ସମ୍ମିଳନୀରେ ଇସ୍ରାଏଲକୁ ସମର୍ଥନ କରିଛନ୍ତି ଜି-୭ ନେତା । ଇରାନ୍ ପାଖରେ କେବେ ବି ପରମାଣୁ ଅସ୍ତ୍ର ରହିବ ନାହିଁ ବୋଲି କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.