ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

Video: ଇରାନ୍‌ର ସରକାରୀ ମିଡିଆ ବିଲ୍ଡିଂ ଉପରେ ଇସ୍ରାଏଲର ଆକ୍ରମଣ, ଲାଇଭ୍‌ ଶୋ’ ଛାଡ଼ି ଦୌଡ଼ିଲେ ଆଙ୍କର

Published By : Tapas Panda | June 16, 2025 10:25 PM

Image Courtesy: tv9hindi

ନୂଆଦିଲ୍ଲୀ: ଲାଇଭ୍ ଟିଭି ଶୋ’ ଚାଲିଥିବା ବେଳେ ନ୍ୟୁଜ୍ ଚ୍ୟାନେଲ ଉପରେ ଇସ୍ରାଏଲ୍ ମିସାଇଲ୍ ମାଡ଼ କରିଛି । ଇରାନର ସରକାରୀ ଟିଭି ଚ୍ୟାନେଲ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡ୍‌କାଷ୍ଟିଂର ବିଲ୍ଡିଂ ଉପରେ ଇସ୍ରାଏଲ୍ ଆକ୍ରମଣ କରିଛି । ଜଣେ ମହିଳା ଆଙ୍କର ଖବର ପଢୁଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ଯାହା ପରେ ମହିଳା ଆଙ୍କର ଜଣଙ୍କ ଭୟରେ ଲାଇଭ୍ ପ୍ରୋଗ୍ରାମ ଛାଡ଼ି ଦୌଡ଼ି ପଳାଇଥିଲେ । ଏବେ ଏହାର ଏକ ଭିଡିଓ ଭାଇରାଲ୍‌ ହେଉଛି ।




ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ମିସାଇଲ୍ ମାଡ଼ ବେଳେ ଚ୍ୟାନେଲର ନ୍ୟୁଜ୍ ଆଙ୍କର ଲାଇଭ୍ ପ୍ରୋଗ୍ରାମ କରୁଥିଲେ । ବିସ୍ଫୋରଣ ପରେ ଷ୍ଟୁଡିଓରେ ଥିବା ଲାଇଟ୍ ବନ୍ଦ ହେବାକୁ ଲାଗିଥିଲା । କିଛି ସମୟ ଭିତରେ ପ୍ରସାରଣ ବନ୍ଦ ହୋଇଗଲା ଓ ସ୍କ୍ରିନ୍ ବ୍ଲାକ୍ ହୋଇଗଲା । ଷ୍ଟୁଡିଓରେ ଆହ୍ଲା-ହୁ-ଆକବର ଶୁଣିବାକୁ ମିଳୁଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଉଛି । 

ଗତ ଚାରି ଦିନ ଧରି ଚାଲିଥିବା ସଂଘର୍ଷ ପରେ ସୋମବାର ଇସ୍ରାଏଲର ରାଜଧାନୀ ତେଲ ଅଭିଭ୍ ଏବଂ ବନ୍ଦର ସହର ହାଇଫା ଉପରେ ଇରାନ ଏକ ବଡ଼ ଆକ୍ରମଣ କରିଥିଲା । ଇସ୍ରାଏଲ ସନ୍ଧ୍ୟାରେ ଏହି ଆକ୍ରମଣର ଜବାବ ଦେଇଥିଲା ।  ଇରାନର ସରକାରୀ ମିଡିଆ ବିଲ୍ଡିଂ ଉପରେ ଆକ୍ରମଣର କିଛି ସମୟ ପୂର୍ବରୁ ଇସ୍ରାଏଲ ଏହି ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇଥିଲା । 

ଟାଇମ୍ସ ଅଫ୍ ଇସ୍ରାଏଲର ଏକ ରିପୋର୍ଟ ଅନୁଯାୟୀ, ଆଇଡିଏଫ୍ ଆଇଆରଆଇବି ମୁଖ୍ୟାଳୟ ଅବସ୍ଥିତ ଅଞ୍ଚଳରୁ ଲୋକଙ୍କୁ ଦୂରେଇ ରହିବାକୁ କହିଥିଲା । ଏହା ବ୍ୟତୀତ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ ମଧ୍ୟ କହିଥିଲେ ଯେ, ଇରାନ ଯେଉଁ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର ପ୍ରସାର କରୁଛି ତାହା ଶେଷ ହେବାକୁ ଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.