ନୂଆଦିଲ୍ଲୀ,୧୬।୬: ଇରାନ ସହ ଯୁଦ୍ଧ ବେଳେ ଇସ୍ରାଏଲ ପୋଲିସ ନିଜ ଦେଶରେ ଜେଲ୍ରେ କରିଛି ବଡ଼ ଧରଣର ଚଢାଉ। ଏହାର କାରଣ ହେଉଛି ଅଧିକାରୀମାନେ ଜାଣିବାକୁ ପାଇଥିଲେ ଇରାନ କରିଥିବା ଏୟାରଷ୍ଟ୍ରାଇକ୍ ବେଳେ କିଛି କଏଦୀ ଖୁସି ଥିଲେ। ଏହି କଏଦୀମାନେ ସମସ୍ତେ ପାଲେଷ୍ଟାଇନର। ସେମାନେ ଜେଲ୍ରେ ଉତ୍ସବ ମଧ୍ୟ ପାଳନ କରିଥିଲେ। ଖବର ମିଳିବା ପରେ ଜେଲ୍ ସର୍ଭିସର ସ୍ପେଶାଲ ୟୁନିଟ୍ କଏଦୀଙ୍କ ସେଲ୍ ଉପରେ ଚଢାଉ କରିଥିଲା। ଏହି ସମୟରେ ଦୋଷୀ ଜଣାପଡିଥିଲା କଏଦୀଙ୍କୁ ଅଲଗା ରଖାଯାଇଥିଲା।
ଜେଲ୍ ସର୍ଭିସ୍ ପକ୍ଷରୁ ସେୟାର କରାଯାଇଥିବା ଭିଡିଓ ସଶସ୍ତ୍ର ସୈନିକ ଜେଲ୍ ଭିତରକୁ ପଶୁଛନ୍ତି। ଜେଲ ଭିତରୁ ସେହି କଏଦୀଙ୍କୁ ଆଖିରେ ପଟି ବାନ୍ଧି, ହାତକୁ ପଛପଟୁ ବାନ୍ଧି ଜେଲ୍ରୁ ବାହାରକୁ ନିଆଯାଇଥିଲା। ଜେଲ୍ ସର୍ଭିସ କହିଛି ଏହି କଏଦୀଙ୍କୁ ଟ୍ରିବ୍ୟୁନାଲଙ୍କ ଆଗରେ ହାଜର କରାଯିବା ପରେ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଇସ୍ରାଏଲର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ୍ ଗ୍ବିର ସୋମବାର କିଛି ଅଞ୍ଚଳ ଗସ୍ତ କରିଥିଲା। ସେଠାରେ ରାତାରାତି ଇରାନର ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସେ କହିଛନ୍ତି ଇରାନର ଆକ୍ରମଣରେ ଖୁସି ପ୍ରଦର୍ଶନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।