ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବଡ଼ଗଡ଼ ବ୍ରିଟ୍‌ ଇଏ କଲୋନି ପାଣିରେ ଜଣ୍ଡିସ୍ ଭୂତାଣୁ, ୱାଟ୍‌କୋ କହିଲା ପାଣି ବ୍ୟବହାର କରନି

Published By : Rasmita Pradhan | June 18, 2025 9:10 AM

ଭୁବନେଶ୍ୱର,୧୮/୬ : ବଡ଼ଗଡ଼ ବ୍ରିଟ୍‌ ଇଏ କଲୋନି ପାଣିରେ ଜଣ୍ଡିସ୍ ଭୂତାଣୁ। ବ୍ରିଟ୍‌ କଲୋନୀରୁ ବିଏମ୍‌ସି ଓ ୱାଟକୋ ପକ୍ଷରୁ ସଂଗ୍ରହ ହୋଇଥିବା ସବୁ ଜଳ ନମୁନା କୋଇଲା ଭଳି କଳା ପାଲଟି ଯାଇଛି । ପାଇପ ପାଣି ଅତି ପ୍ରଦୂଷିତ । ତେଣୁ ସେ ପାଣି ବ୍ୟବହାର କରିବାକୁ ୱାଟକୋ କର୍ତ୍ତୃପକ୍ଷ କଲୋନି ଲୋକଙ୍କୁ ବାରଣ କରିଛନ୍ତି । ତା’ ବଦଳରେ ବିଶୁଦ୍ଧ ପିଇବା ପାଣି ଟ୍ୟାଙ୍କର ପଠାଇବେ ବୋଲି କହିଛନ୍ତି । 

ବିଏମ୍‌ସି ୱାର୍ଡ ନଂ ୪୪ ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ଲୋକେ ବ୍ୟବହାର କରୁଥିବା ସରକାରୀ ପାଇପ୍‌ ପାଣିରେ ଜଣ୍ଡିସ ଭୂତାଣୁ ଥିବା ପ୍ରମାଣିତ ହୋଇଛି । ଫଳରେ ଲୋକେ ଆତଙ୍କରେ ଟ୍ୟାପ୍‌ ପାଣି ବ୍ୟବହାର କରିବା ଛାଡ଼ି ଦେଇଛନ୍ତି । ଏପଟେ ୱାଟକୋ ଏ ପର୍ଯ୍ୟନ୍ତ ଟ୍ୟାଙ୍କରରେ ପାଣି ପଠାଇ ନ ଥିବାରୁ ଲୋକେ ସ୍ନାନ, ଶୌଚ ହୋଇ ନପାରି ଟ୍ୟାଙ୍କର ପାଣିକୁ ଅପେକ୍ଷା କରି ବସିଛନ୍ତି । ଘରେ ରୋଷେଇ ନକରି ହୋଟେଲରୁ ମିଲ୍‌ ଓ ଜଳଖିଆ ମଗାଇ ଖାଉଛନ୍ତି । ବଜାରରୁ ବୋତଲ ପାଣି କିଣି ଆଣି ପିଉଛନ୍ତି । ବାସନ କୁସନ ସେମିତି ଅମଜା ହୋଇ ପଡ଼ିରହିଛି । ବହୁ ପ୍ରତୀକ୍ଷା ପରେ ସନ୍ଧ୍ୟାରେ ପାଣି ଟ୍ୟାଙ୍କର ଆସିଥିବା ଜଣାପଡ଼ିଛି । କଲୋନି ଲୋକେ ହାଣ୍ଡି, ଡେକଚିରେ ପାଣି ନେଇ ବ୍ୟବହାର କରିଛନ୍ତି । 

ଏହି କଲୋନିରେ ୧୪୮ ଘର । ଏଠାରେ ଜଣ୍ଡିସ୍ ବ୍ୟାପିଥିବା ଖବର ପ୍ରଥମେ ପ୍ରମେୟ ଖବରକାଗଜରୁ ଜାଣି ବିଏମସି ଓ ୱାଟକୋର ୨ଟି ଟିମ୍‌ ଶନିବାର ଦିନ କଲୋନିରେ ପହଞ୍ଚିଥିଲେ । ସେମାନେ ଜଣ୍ଡିସରେ ଆକ୍ରାନ୍ତ ଲୋକମାନଙ୍କ ଘରକୁ ଯାଇ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବୋତଲ ଧରାଇ ଥିଲେ । ଟିମ୍‌ ସେଥିରେ ଲୋକେ ବ୍ୟବହାର କରୁଥିବା ଟ୍ୟାପ ପାଣି ପୂରାଇଥିଲେ । ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ କହିଥିଲେ ୨୪ରୁ ୪୮ ଘଣ୍ଟା ଭିତରେ ଏହି ବୋତଲ ଭିତରେ ଥିବା ପାଣି ଯଦି କଳା ପଡ଼ିଯାଏ, ତେବେ ଆମକୁ ଜଣାଇବ । ସତକୁ ସତ ଯେତେ ଲୋକ ବୋତଲ ପାଣି ରଖିଥିଲେ ତାହା ଗତକାଲି ଅପରାହ୍ନରେ ଦେଖିଲା ବେଳକୁ କୋଇଲା ପରି କଳା ପାଲଟି ଯାଇଛି । ଏଣୁ ସଙ୍ଗେ ସଙ୍ଗେ ବୋତଲ ରଖିଥିବା ଲୋକେ ୱାଟକୋ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସେପଟେ ୱାଟକୋ କର୍ତ୍ତୃପକ୍ଷ ଜଳରେ ଜଣ୍ଡିସ ବ୍ୟାପିବା ଭଳି ପ୍ରଦୂଷଣ ଦେଖି ଲୋକଙ୍କୁ ପାଣି ବ୍ୟବହାର କରିବା ପାଇଁ ମନା କରିଥିଲେ । ସେହିପରି ବଡ଼ଗଡ଼ ଉପରସାହି, କଳିଙ୍ଗ ବସ୍ତି, ବ୍ରହ୍ମେଶ୍ୱର ପାଟଣାରେ ମଧ୍ୟ ଜଣ୍ଡିସ ବ୍ୟାପିଛି । ଆକ୍ରାନ୍ତ ଲୋକଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.