ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆମେରିକା ଡେଇଁବା ପରେ ଭୟରେ ଇରାନ୍, ବଙ୍କର ଭିତକୁ ଗଲେ ଖାମେନି

Published By : Prameya | June 23, 2025 10:24 AM

ନୂଆଦିଲ୍ଲୀ ୨୩/୦୬:  ମଧ୍ୟପ୍ରାଚ୍ୟରେ ଯୁଦ୍ଧ  ଦିନକୁ ଦିନ ତୀବ୍ରତର ହେଉଥିବା ବେଳେ ଇରାନ୍‌ର ଶୀର୍ଷ ନେତା (ସୁପ୍ରିମ୍‌ ଲିଡର) ଆୟାତୋଲ୍ଲା  ଅଲୀ ଖାମେନିଙ୍କୁ ହତ୍ୟା କରାଯିବା ନେଇ ରିପୋର୍ଟ  ଆସୁଛି । ଉଭୟ ଇସ୍ରାଏଲ୍‌ ଓ ଆମେରିକା ହତ୍ୟା ଧମକ  ଦେଇସାରିଲେଣି । ଏଭଳି ସ୍ଥିତିରେ ରବିବାର ଆମେରିକା ଯୁଦ୍ଧକୁ  ଡେଇଁବା ପରେ ଇରାନ୍‌ର ପରାଜୟ ନିଶ୍ଚିତ ବୋଲି ଅନୁମାନ  କରାଯାଉଛି । ଏହି  ଆଶଙ୍କା ମଧ୍ୟରେ  ଖାମେନି ବଙ୍କର  ମଧ୍ୟରେ ଥିବା ସୁରକ୍ଷିତ  ସ୍ଥାନକୁ ଚାଲିଯାଇଛନ୍ତି ।  ସେଠାରେ ତାଙ୍କ ସହ  ସମସ୍ତ ବୈଦ୍ୟୁତିକ  ଯୋଗାଯୋଗ ବ୍ୟବସ୍ଥା କାଟ୍‌ କରାଯାଇଛି । ପୂର୍ବରୁ ବୈଦ୍ୟୁତିକ ଯୋଗାଯୋଗ  ବ୍ୟବସ୍ଥାକୁ ମାଧ୍ୟମ କରି ଇସ୍ରାଏଲ୍‌ ଇରାନ୍‌ର ଅନେକ  ବୈଜ୍ଞାନିକ ଓ ସେନା କମାଣ୍ଡରଙ୍କୁ ହତ୍ୟା କରିଥିଲା । ଏବେ  ଏହାର ନଜର ସିଧା ଖାମେନିଙ୍କ ଉପରେ ରହିଛି ।  

ବିଶ୍ଳେଷକଙ୍କ ମୁତାବକ, ଇରାନ୍‌ର ରିଭଲ୍ୟୁସନାରି ଗାର୍ଡସ  (ଆଇଆରଜିସି) ଓ ସାମରିକ ବଳ ଲାଗି ଖାମେନି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ବଞ୍ଚିଥିବା ପର୍ଯ୍ୟନ୍ତ ଉଭୟଙ୍କୁ ବଳ ମିଳିବ, ଅନ୍ୟଥା ସେମାନଙ୍କ ମନୋବଳ ପ୍ରଭାବିତ  ହେବ । ତେବେ ଖାମେନି ସମ୍ଭାବ୍ୟ ଅଘଟଣ ପୂର୍ବରୁ ନିଜ ଉତ୍ତରାଧିକାରୀ ବାଛିଛନ୍ତି । ସେ ତିନିଜଣଙ୍କ ନାମ ଚୟନ  କରିଥିବା ବେଳେ ତାଙ୍କର ମୃତ୍ୟୁ ପରେ ଏମାନଙ୍କ ମଧ୍ୟରୁ  ଜଣକୁ ସୁପ୍ରିମ ଲିଡର ବା ଶୀର୍ଷ ନେତା ନିଯୁକ୍ତ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.