ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଖାମେନିଙ୍କ ଅସ୍ତିତ୍ବ ହଜାଇ ଦେବୁ…ଇରାନ୍‌କୁ ଆରପାର୍‌ ଲଢ଼େଇର ଚେତାବନୀ ଦେଲା ଇସ୍ରାଏଲ

Published By : Tapas Panda | June 20, 2025 9:26 PM

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ୍‌ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରୁଛି । ସେପଟେ ପାଲଟା ଜବାବ ଦେଇଛି ତେହରାନ । ଏବେ ଏହି ଯୁଦ୍ଧ ନିର୍ଣ୍ଣାୟକ ମୋଡ ନେଇପାରେ ବୋଲି କୁହାଯାଉଛି । ଇସ୍ରାଏଲ ଏବେ ଇରାନ୍‌ର ଶାସନ ପରିବର୍ତ୍ତନ କରିବାକୁ ପଣ କରିଛି । ଆୟତୋଲ୍ଲା ଅଲ୍ଲୀ ଖାମେନିଙ୍କୁ ହତ୍ୟା କରି ଇସ୍ରାଏଲ ପ୍ରତିଶୋଧ ନେବା ଲାଗି ନକ୍ସା ପ୍ରସ୍ତୁତ କରିସାରିଛି । ଇସ୍ରାଏଲ ସରକାର କହିଛନ୍ତି ଯେ, ଇରାନରେ ଶାସନ ପରିବର୍ତ୍ତନ ଉପରେ କାମ କରୁଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ତାଙ୍କ ସେନାକୁ ଇରାନ ସରକାରଙ୍କୁ ଅସ୍ଥିର କରିବା ପାଇଁ ତେହରାନରେ ଶାସନ ସହିତ ଜଡିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ସେ ଖାମେନିଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଇରାନ୍‌ର  ପରମାଣୁ କାର୍ଯ୍ୟକ୍ରମକୁ ନଷ୍ଟ କରିବା ଲାଗି ଜୁନ ୧୩ ରେ ଇସ୍ରାଏଲ ତେହରାନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଏବେ ଇସ୍ରାଏଲ ସରକାର ସ୍ପଷ୍ଟ କରିଛନ୍ତି, ଇରାନରୁ ଅଲି ଖାମେନି ଏବଂ ତାଙ୍କ ଶାସନକୁ ସମାପ୍ତ କରିବେ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ତେହରାନରେ ଶାସନ ପରିବର୍ତ୍ତନ ବିଷୟରେ କଥା ହୋଇଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସେ ଦେଶର ପ୍ରତିରକ୍ଷା ବାହିନୀକୁ ଏପରି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ କହିଛନ୍ତି ଯାହା ତେହେରାନରେ ଶାସନକୁ ଅସ୍ଥିର କରିବ।

 ଇସ୍ରାଏଲର ଏକ ହସ୍ପିଟାଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ତାଙ୍କର ନିର୍ଦ୍ଦେଶ ଆସିଛି । ଏହି ଆକ୍ରମଣରେ ୪୭ ଜଣ ଆହତ ହୋଇଛନ୍ତି। କାଟଜ୍ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନିଙ୍କୁ ହତ୍ୟା କରିବାକୁ ଧମକ ଦେଇ କହିଥିଲେ ଯେ, ତାଙ୍କର ଅସ୍ତିତ୍ୱ ରହିବା ଉଚିତ୍ ନୁହେଁ। କାଟଜ୍‌ ତାଙ୍କ ବିବୃତ୍ତିରେ କହିଛନ୍ତି, 'ଆମକୁ ଇରାନ ଶାସନର ସମସ୍ତ ପ୍ରତୀକ ଏବଂ ଏହାର ଶକ୍ତିର ଆଧାର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ ଉପରେ ଆକ୍ରମଣ କରିବା ଉଚିତ। ଆମେ ଏହା ମଧ୍ୟ ବିଶ୍ୱାସ କରୁ ଯେ, ଖାମେନିଙ୍କ ଅସ୍ତିତ୍ୱ ରହିବା ଉଚିତ୍ ନୁହେଁ। ଖାମେନି ଖୋଲାଖୋଲି ଭାବରେ ଇସ୍ରାଏଲକୁ ଧ୍ୱଂସ କରିବା ବିଷୟରେ କହୁଛନ୍ତି। ସେ ଆମର ହସ୍ପିଟାଲଗୁଡ଼ିକ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ଏବଂ ଇସ୍ରାଏଲର ଧ୍ୱଂସକୁ ତାଙ୍କର ଲକ୍ଷ୍ୟ ବୋଲି ଭାବୁଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.