ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କୋକସରା ମଣ୍ଡଳ ସ୍ତରୀୟ ବିକଶିତ ଭାରତ, ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

Published By : Harapriya Sethi | June 18, 2025 1:19 PM

କୋକସରା,୧୮/୦୬: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ କୋକସରା ମଣ୍ଡଳ ସ୍ତରୀୟ ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗମ୍ଭାରୀଗୁଡା ଧାନ ମଣ୍ଡି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ବିଜେପି ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ବାଗ, ଅପ୍ରେସ ସ୍ୱାଇଁ, ହିମାଂଶୁ ପଣ୍ଡା, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସୁଧୀର ପାତ୍ର, ଦୁର୍ଗା ପ୍ରଧାନୀ, ନୀଳକଣ୍ଠ ମାଝୀ, ଧନଞ୍ଜୟ ସାହୁ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଏହା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ସଂକଳ୍ପ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । 

ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତିରେ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଆଜି ବିକଶିତ ଓଡିଶାର ସ୍ୱପ୍ନକୁ ବାସ୍ତବିକତା ରୂପ ଦେଇଛି । ନିର୍ବାଚନ ପୂର୍ବରୁ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାର ଲାଭ ଆଜି ରାଜ୍ୟର ଜନ ସାଧାରଣ ପାଇଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । 

ଏହି ଅବସରରେ କୋକସରା ବ୍ଲକର ପୂର୍ବତନ ଯାଦବ ସଭାପତି ବିନୋଦ ବିହାରୀ ରାଉତ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଧାୟକ ପ୍ରତିନିଧି ତ୍ରିନାଥ ଶବର ଓ ମଣ୍ଡଳ ସମ୍ପାଦକ ମନୋଜ କୁମାର ନାଏକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମଣ୍ଡଳ ସ୍ତରୀୟ ଶତାଧିକ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶପଥ ପାଠ ନେବା ସହ ଲୋକଙ୍କ ସରକାର ମୋହନ ମାଝୀଙ୍କ ନେତୃତ୍ୱରେ ଓଡିଶା ପ୍ରଦେଶର ବିକାଶ ପାଇଁ ସଂକଳ୍ପ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.