ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ସହ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂହ ଦେଓ

Published By : Suraj Kumar | June 19, 2025 5:55 PM

ଭୁବନେଶ୍ୱର:  ଉପମୁଖ୍ୟମନ୍ତ୍ରୀ  କେ ଭି ସିଂହଦେଓ ଗୁରୁବାର ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ଭେଟିଛନ୍ତି। ଉଭୟ ନେତାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଦ୍ବାରା ଏକ ତ୍ରିପାକ୍ଷିକ ଇଣ୍ଟେଣ୍ଟ ଲେଟର (ଏଲଓଆଇ) ସ୍ବାକ୍ଷରିତ ହୋଇଛି I ଏଲଓଆଇରେ ହୋଇଥିବା ସହମତି ଅନୁଯାୟୀ, ଓଡ଼ିଶା ଭାରତର ବିଭିନ୍ନ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କର କମ୍ୟୁନିଟି ପ୍ରାକ୍ଟିସ ପାଇଁ ନେତୃତ୍ବ ନେବ । ଏହି ବର୍ଷ ଶେଷରେ ଓଡ଼ିଶାରେ ବିଭିନ୍ନ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେବ ।

   ଏହି ଅବସରରେ ଟୋନି ବ୍ଲେୟାର  ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ବିଦ୍ୟୁତ ସଂସ୍କାରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ଗତ ଏକ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିବେଶକୁ ଆକର୍ଷିତ କରିଛି ।ଖଣିଜ ଆଧାରିତ ଶିଳ୍ପ ଏବଂ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଯୋଗୁଁ ଓଡ଼ିଶା ସାଧାରଣତଃ ଅସୁବିଧାର ସମ୍‌ମୁଖୀନ ହେଉଛି । ଟୋନି ବ୍ଲେୟାର ସ୍ଥାୟୀ ଶକ୍ତି ସମାଧାନକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସହିତ ନିରନ୍ତର ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି I

  ସେହିପରି ଶ୍ରୀ ସିଂହଦେଓ କହିଛନ୍ତି, ନେଟ୍ ଜିରୋ  କାର୍ବନ ହାସଲ ପାଇଁ ଓଡ଼ିଶା ପ୍ରତିବଦ୍ଧ I ଏହାକୁ ହାସଲ କରିବା ପାଇଁ ଓଡ଼ିଶା ସର୍ବୋତ୍ତମ ଅନ୍ତର୍ଜାତୀୟ ମାନଦଣ୍ଡ ସ‌ହ ସମନ୍ବିତ ଏକ ରଣନୈତିକ ଆଭିମୁଖ୍ୟ ଗ୍ରହଣ କରିବ।  ଏହା ବ୍ୟତୀତ, ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରୁ ଦାଦନ ଖଟିବାକୁ ବାକୁ ଯାଉଥିବା ପ୍ରବାସୀ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ  ଶ୍ରୀ ସିଂହଦେଓ ଆଲୋଚନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.