ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀମନ୍ଦିର ପାର୍ଶ୍ବ ମନ୍ଦିର ହେବ ଆଲୋକୀକରଣ; ASI ସହାୟତାରେ ପ୍ରସ୍ତୁତ ହେବ ଡିପିଆର୍

Published By : Manash Sahoo | June 12, 2025 4:35 PM

ପୁରୀ,୧୨।୦୬; ଶ୍ରୀମନ୍ଦିର ଓ ବେଢ଼ାରେ ଥିବା ପାର୍ଶ୍ବ ମନ୍ଦିର ଗୁଡିକର ଆଲୋକୀକରଣ କରି ଆକର୍ଷଣୀୟ କରିବା ଲାଗି ଏଏସଆଇ ସହାୟତାରେ ପଦକ୍ଷେପ ନିଆଯିବ । ଏନେଇ ଏକ ଗୁରୁତ୍ବପୂର୍ଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଟିଂରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ  ଯନ୍ତ୍ରୀମାନେ, ଏଏସ୍ଆଇ ପୁରୀ ସର୍କଲ୍ କର୍ତ୍ତୃପକ୍ଷ ଏବଂ ଦିଲ୍ଲୀସ୍ଥିତ ସ୍ବୀକୃତି ପ୍ରାପ୍ତ ପରାମର୍ଶ ଅନୁଷ୍ଠାନର ପ୍ରତିନିଧି, ଶିଳ୍ପୀ ଭରଦ୍ବାଜ ଉପସ୍ଥିତ ଥିଲେ । ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଐତିହ୍ୟକୁ ନେଇ ଆଲୋକୀକରଣ କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା । 

ସେହିପରି ପ୍ରସ୍ତାବିତ ଆଲୋକୀକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କେତେକ ନିର୍ଦ୍ଦଷ୍ଟ ପରାମର୍ଶ ଦିଆଯାଇଥିଲା । ଏଏସଆଇର ବୈଷୟିକ ପରାମର୍ଶ ଏବଂ ମାର୍ଗଦର୍ଶନରେ ବିସ୍ତୃତ ରୂପରେଖ ପ୍ରସ୍ତୁତି କରିବ । ପରବର୍ତ୍ତୀ ସମୟରେ ଅନୁମୋଦନ ପାଇଁ ଉପସ୍ଥାପନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏନେଇ ଆବଶ୍ୟକୀୟ ଅନୁମତି ଗ୍ରହଣ କରାଯିବା ପରେ କାର୍ଯ୍ୟ ରୂପାୟନ ସ୍ଥିର ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.