ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ AI-171ର ବ୍ଲାକ୍ ବକ୍ସ, ନିଷ୍ପତ୍ତିକୁ ଖଣ୍ଡନ କଲେ ବେମସାମରିକ ମନ୍ତ୍ରଣାଳୟ

Published By : Swapna Ray | June 20, 2025 1:53 PM

ନୂଆଦିଲ୍ଲୀ, ୨୦।୬: ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ AI-171ର ବ୍ଲାକ୍ ବକ୍ସ । ଏହି ନିଷ୍ପତ୍ତିକୁ ଖଣ୍ଡନ କରିବା ସହ ଏହାକୁ ମିଛ ବୋଲି କହିଛନ୍ତି ସରକାର । ଏହି ସମ୍ବେଦନଶୀଳ ଯାଞ୍ଚ ପ୍ରକ୍ରିୟାକୁ ଗମ୍ଭୀରତାର ସହିତ ପୁରା କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ବେମସାମରିକ ମନ୍ତ୍ରଣାଳୟ । ଭାରତରେ ଡାଟା ରିକଭର ହୋଇପାରୁନଥିବାରୁ ବ୍ଲାକ ବକ୍ସ ଆମେରିକା ପଠାଯିବାର ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । କିନ୍ତୁ, ଏବେ ଏହି ନିଷ୍ପତ୍ତିକୁ ଖଣ୍ଡନ କରି ଏହାକୁ ମିଛ ଏବଂ ଭ୍ରମ ବୋଲି କହିଛନ୍ତି ବେମସାମରିକ ମନ୍ତ୍ରଣାଳୟ(MoCA) । 

କହିରଖୁ କି, ଏହି ବର୍ଷ ଏପ୍ରିଲରେ ନାଗରିକ ଉଡ୍ଡୟନ ମନ୍ତ୍ରୀ ରାମ ମୋହନ ନାୟୁଡ଼ୁ, ଦିଲ୍ଲୀର ଉଡ଼ାଣ ଭବନ ସ୍ଥିତ ଏୟାରକ୍ରାପ୍ଟ ଏକ୍ସିଡେଣ୍ଟ ଇନଭେଷ୍ଟିକେସନ ବ୍ୟୁରୋ(AAIB) ପରିସର ମଧ୍ୟରେ ଡିଜିଟାଲ ଫ୍ଲାଇଟ ଡାଟା ରେକର୍ଡର(DFDR) ଏବଂ କକପିଟ ଭଏସ ରେକର୍ଡର(CVR) ବିଶ୍ଳେଷଣ ଲ୍ୟାବର ଉଦ୍‌ଘାଟନ କରିଥିଲେ । ଏହି ଲ୍ୟାବ୍ ପାଖାପାଖି ୯ କୋଟି ଟଙ୍କା ହିନ୍ଦୁସ୍ତାନ ଏୟାରନାଟିକସ ଲିମିଟେଡର ସହଯୋଗରେ ପ୍ରସ୍ତୁତ କରାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ଲାକ୍ ବକ୍ସର ମରାମତି କରି ଡେଟା ବାହାର କରିବା ଏବଂ ରାଡାର, ଫ୍ଲାଇଟ୍ ପରଫରମାନ୍ସ ଏବଂ କକପିଟ ରେକର୍ଡିଂକୁ ଯୋଡ଼ି ଦୁର୍ଘଟଣାର କାରଣ ଖୋଜିବାରେ ସଠିକ୍ ଯାଞ୍ଚ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଲ୍ୟାବକୁ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଅନୁଯାୟୀ ICAOକୁ ବିକଶିତ କରାଯାଇଥିଲା । ବର୍ତ୍ତମାନ ଏହି ଲ୍ୟାବର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି । 

ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରି କହିଛି ଯେ, ବ୍ଲାକ୍ ବାକ୍ସର ଯାଞ୍ଚ ପ୍ରକ୍ରିୟାର ନିଷ୍ପତ୍ତି ବିମାନ ଦୁର୍ଘଟଣାର ଯାଞ୍ଚ କରୁଥିବା ସଂସ୍ଥା AAIB ନେବ । AAIB ଏଜେନ୍ସି ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ନଜର ରଖି ଏହି ପ୍ରକ୍ରିୟା ଆରମ୍ଭ କରିବ । ଏହି ଯାଞ୍ଚ ପ୍ରକ୍ରିୟାରେ କୌଣସି ବାଧା ନ ଲଗାଇ ଗମ୍ଭୀରତାର ସହ ଯାଞ୍ଚ ପ୍ରକ୍ରିୟା ସମ୍ପର୍ଣ୍ଣ କରିବାକୁ ମନ୍ତ୍ରଣାଳୟ ଅନୁରୋଧ କରିଛି । କହିରଖୁ କି, ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ମୋଟ୍ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଗୁଜୁରାଟର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ୧୭୭ ଜଣଙ୍କ ଡିଏନଏ ମ୍ୟାଚ୍ ହୋଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.