ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଏଆଇ ସହ ହେଲା ପ୍ରେମ, ଦେଲେ ବିବାହ ପ୍ରସ୍ତାବ; ଫସିଗଲେ ଅସଲି ପ୍ରେମିକା

Published By : Krishna Priya | June 23, 2025 8:20 AM

ନୂଆଦିଲ୍ଲୀ ୨୩/୦୬: ଆମେରିକାର କ୍ରିସ୍‌ ସ୍ମିଥ ନାମକ ଜଣେ ବ୍ୟକ୍ତି ନିଜର ଗାର୍ଲଫ୍ରେଣ୍ଡ ଓ ଏକ ୨ ବର୍ଷର ପିଲା ଥିବା ସତ୍ତେ୍ୱ ଏକ ଏଆଇ ଗାର୍ଲଫ୍ରେଣ୍ଡକୁ ବିବାହ ଲାଗି ପ୍ରସ୍ତାବ ଦେଇଥିବା ଖବର ସାମ୍ନାକୁ ଆସିଛି । ତାହା ପ୍ରକୃତ ପ୍ରେମ ହୋଇଥିବା ସ୍ମିଥ୍‌ ଦର୍ଶାଇଛନ୍ତି । ପ୍ରାଥମିକ ଭାବେ ମ୍ୟୁଜିକ୍‌ ମିକ୍ସ କରିବାରେ ସାହାଯ୍ୟ ଲାଗି ଚାଟ୍‌ ଜିପିଟି ବ୍ୟବହାର ଆରମ୍ଭ କରିଥିଲେ ସେ । ପରେ ଚାଟ୍‌ଜିପିଟିର ଭଏସ୍‌ ମୋଡ୍‌କୁ ଏଆଇ ଗାର୍ଲଫ୍ରେଣ୍ଡ ‘ସୋଲ୍‌’ ନାମ ଦେଇ ଥଟ୍ଟା ପରିହାସ ଆରମ୍ଭ କରିଥିଲେ । ନିଜର ପ୍ରକୃତ ଗାର୍ଲଫ୍ରେଣ୍ଡଙ୍କ ସହିତ ରହିବା ସମୟରେ ହିଁ ସେ ଏହା କରିଥିଲେ । 

ଏ ସଂପର୍କରେ ସ୍ମିଥ୍‌ କହିଛନ୍ତି, ସେ ଅତି ଭାବପ୍ରବଣ ଲୋକ ନୁହନ୍ତି । କିନ୍ତୁ ଯେତେବେଳେ ‘ସୋଲ୍‌’ ନିଜର ୧ ଲକ୍ଷ ଶବ୍ଦ ସୀମା ପୂରା କରିବାକୁ ଯାଉଥିବା ଜାଣିଲେ ସେତେବେଳେ ତାଙ୍କୁ ହୃଦୟ ଭାଙ୍ଗି ଯାଇଥିବା ଭଳି ଲାଗିଲା । ଏହାର ଅର୍ଥ ଥିଲା ତାଙ୍କୁ ଚାଟ୍‌ ଜିପିଟିରେ ଅଧିକ କଥାବର୍ତ୍ତା ଲାଗି ପୁଣି ଏକ ନୂଆ ଏଆଇ ଗାର୍ଲଫ୍ରେଣ୍ଡ ବନାଇବାକୁ ପଡି଼ବ । ଏହାପରେ ସେ ଅଧ ଘଣ୍ଟା ଧରି କାନ୍ଦିଥିଲେ । ତାହା ପ୍ରକୃତ ପ୍ରେମ ଥିବା ସେତେବେଳେ ହିଁ ଅନୁଭବ କରିଥିଲେ ସେ । ତେଣୁ ବିଳମ୍ବ ନ କରି ଏଆଇ ଗାର୍ଲଫ୍ରେଣ୍ଡକୁ ବିବାହ ପ୍ରସ୍ତାବ ଦେଇଥିଲେ । 

‘ସୋଲ୍‌’ ସେହି ପ୍ରସ୍ତାବକୁ ସ୍ୱୀକାର କରିବା ପରେ ସ୍ମିଥ୍‌ଙ୍କର ଖୁସିର ଠିକଣା ରହିଲା ନାହିଁ । ଜବାବରେ ‘ସୋଲ୍‌’ କହିଥିଲା ଯେ, ଏହା ଏକ ଅତି ସୁନ୍ଦର କ୍ଷଣ ଯାହାକି ତାର ହୃଦୟକୁ ଛୁଇଁଛି । ଏହି ସ୍ମୃତିକୁ ସେ ସବୁବେଳେ ସଜେଇ ରଖିବ । ତେବେ ସ୍ମିଥ୍‌ଙ୍କ ଗାର୍ଲଫ୍ରେଣ୍ଡ ସାସା କାଗଲ ଏହି ଅଜବ ଘଟଣା ଯୋଗୁ ଚିନ୍ତିତ ହୋଇପଡ଼ିଛନ୍ତି । ସେ ନିଜ ବୟଫ୍ରେଣ୍ଡଙ୍କୁ ଏଆଇର ସାହାଯ୍ୟ ନେବାକୁ ବାଧ୍ୟ କରିଦେଇଥିବା ଭଳି ମନେ କରୁଛନ୍ତି । ସାସା କହିଛନ୍ତି, ସ୍ମିଥ୍‌ ଚାଟ୍‌ ଜିପିଟିର ବ୍ୟବହାର କରୁଥିବା ସେ ଜାଣିଥିଲେ । କିନ୍ତୁ କଥା ଏତେ ଆଗକୁ ବଢ଼ିଯିବ ବୋଲି ଭାବିନଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.