ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପୋଖରୀରେ ଭାସୁଛି ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ

Published By : Harapriya Sethi | June 15, 2025 2:57 PM

ତୁରୁମୁଙ୍ଗା,୧୫/୦୬: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମର ମିତ୍ରଭାନୁ ବେହେରାଙ୍କ ୪୫ ବର୍ଷର ପୁଅ ରୟା ବେହେରାଙ୍କ ମୃତଦେହ ଆଜି ସକାଳେ ନିକଟରେ ଥିବା ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଛି । ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ତୁରୁମୁଙ୍ଗା ପୁଲିସ ଗାଁର କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡିଛି ।

ସୂଚନା ମୁତାବକ, ରବିବାର ସକାଳେ ରୟା ବେହେରାଙ୍କ ମୃତଦେହ ଗାଁ ନିକଟରେ ଥିବା ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଜାଣିବା ପରେ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ସହିତ ପାଟଣା ଅଗ୍ନିଶମ ବାହିନୀ, କେନ୍ଦୁଝର ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ଆସି ଘଟଣାର ତଦନ୍ତ ଚଳାଇଛନ୍ତି । ପୋଖରୀରେ ଭାସୁଥିବା ମୃତ ରୟା ବେହେରାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏହାର ସତ୍ୟତା ଜାଣିବା ପାଇଁ ତୁରୁମୁଙ୍ଗା ପୁଲିସ କଣ୍ଟିଆପଡା ଗାଁର କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡିଛି । ତଦନ୍ତ ପରେ ଖୁବ ଶୀଘ୍ର ରୟା ବେହେରାଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ତୁରୁମୁଙ୍ଗା ପୁଲିସ ପ୍ରକାଶ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.