ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସିଲା ନାସାର ନୂଆ ତାରିଖ

Published By : Ankita S | June 24, 2025 10:29 AM

ନୂଆଦିଲ୍ଲୀ,୨୪/୦୪: ମିଶନ୍ ଲଞ୍ଚ ନେଇ ଗୋଟିଏ ଗୋଟିଏ ତାରିଖ ଫାଇନାଲ ହେଉଥାଏ । ହେଲେ କିଛି ସମସ୍ୟା ପାଇଁ ଲଞ୍ଚକୁ ବାତିଲ କରାଯାଉଥିଲା । ଲାଗାତାର ୬ ଥର ଲଞ୍ଚିଂ ତାରିଖ ବଦଳିବା ପରେ ଏବେ  ଆକ୍ସିଓମ୍‌ ମିଶନ୍‌ର ନୂଆ ତାରିଖ ଜାରି କହିଛି । ଖୁବଶୀଘ୍ର ମହାକାଶକୁ ଉଡ଼ାଣ ଭରିବେ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳା । ଆସନ୍ତାକାଲି (ବୁଧବାର) ଆକ୍ସିଓମ୍ ମିଶନ୍‌ ଲଞ୍ଚିଂ ନେଇ ନାସା ପକ୍ଷରୁ ନାସା ପକ୍ଷରୁ ନୂଆ ତାରିଖ ଜାରି ହୋଇଛି ।

ଆସନ୍ତାକାଲି (ବୁଧବାର) ଭାରତୀୟ ସମୟ ପୂର୍ବାହ୍ନ ୧୨ଟା ୧ରେ ଆକ୍ସିଓମ୍‌ ସ୍ପେସ୍‌ ଓ ସ୍ପେସେକ୍ସ ମିଶନ୍‌ ଲଞ୍ଚ ହେବ । ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍‌ ୩୯ଏରୁ ଲଞ୍ଚ ହେବ । ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରୁ ମିଶନ୍‌ ଲଞ୍ଚ ହେବାର ଥିଲା । ଜୁନ୍‌ ୧୯ ତାରିଖରେ ଲଞ୍ଚ ହେବାକୁ ଥିବା ଆକ୍ସିଓମ୍‌-୪ ମିଶନ୍‌ ଜୁନ୍‌ ୨୨ରେ ହେବାକୁ ଇସ୍ରୋ ତାରିଖ ଘୋଷଣା କରିଥିଲା । ହେଲେ ତ୍ରୁଟି ପାଇଁ ମିଶନ୍‌କୁ ବାତିଲ କରାଯାଇଥିଲା । ଆସନ୍ତାକାଲି ମିଶନ୍‌ ଲଞ୍ଚ ହେବା ପରେ  ୨୬ ଜୁନ୍‌ ଭାରତୀୟ ସମୟ ଅପରାହ୍ନ ୪ଟା୩୦ରେ ଡକିଂ ହେବ ।

୬ ଥର ସ୍ଥଗିତ ମିଶନ୍‌- ପ୍ରଥମେ ଆକ୍ସିଓମ୍‌-୪ ମିଶନ ଉତ୍‌କ୍ଷେପଣ ପାଇଁ ଗତ ମେ ୨୯ ତାରିଖ ଧାର୍ଯ୍ୟ ହୋଇଥିଲା । ଯାନ୍ତ୍ରିକ ଓ ପରିବେଶଗତ କାରଣରୁ ଅନେକ ଥର ବାତିଲ କରିବାକୁ ପଡିଥିଲା ।  ମୋଟ୍ ୬ ଥର ମିଶନ୍‌କୁ ସ୍ଥଗିତ କରାଯାଇଥିଲା । ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ମିଶନ୍‌ ଲଞ୍ଚ ହେବ । ଏବେ ନାସା ପକ୍ଷରୁ ନୂଆ ତାରିଖ ଆସିଛି । ସଫଳତାପୂର୍ବକ ମିଶନ ଲଞ୍ଚ ହେଉ ବୋଲି ସମସ୍ତ ଭାରତୀୟଙ୍କ ଆଶା ।

କଣ ଆକ୍ସିଓମ୍‌-୪ ମିଶନ୍‌- ଭାରତ, ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ଏହି ମିଶନ୍ ଐତିହାସିକ କୁହାଯାଉଛି । କାରଣ ଏହି ଦେଶମାନଙ୍କର ମହାକାଶ ଯାତ୍ରୀଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ । ମିଶନ୍‌ରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାର ଅଛନ୍ତି । ଆକ୍ସିଓମ୍‌-୪ ଏକ ଘରୋଇ ମହାକାଶ ମିଶନ୍, ଯାହା ଆକ୍ସିଓମ୍‌ ସ୍ପେସ୍‌, ନାସା ଓ ସ୍ପେସ୍‌ଏକ୍ସର ସହଯୋଗରେ ସଂଚାଳିତ ହେଉଛି । ଏହା ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ୍‌ ଓ କ୍ରରୁ ଡ୍ରାଗନ୍‌ ଯାନ ଜରିଆରେ ମହାକାଶ ଯାତ୍ରୀଙ୍କୁ ସ୍ପେସ୍‌ ଷ୍ଟେସନ୍‌ରେ ପହଞ୍ଚାଇବ । ମିଶନ୍‌ରେ ଭାରତର ଶୁଭାଂଶୁ ଶୁକ୍ଳା ଅଛନ୍ତି । ସେ ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ । ମିଶନ୍‌ର ଅବଧି ୧୪ ଦିନ ରହିବ । ଏଥିରେ ମହାକାଶ ଯାତ୍ରୀ ସ୍ପେସ୍‌ ଷ୍ଟେସନ୍‌ରେ ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ । ଭାରତର ମହାକାଶ ଯାତ୍ରା ଗଗନଯାନ ପାଇଁ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.