ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଗୋପାଳପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ହସ୍ତକ୍ଷେପ କଲେ ଏନଏଚଆରସି : ମୁଖ୍ୟଶାସନ ସଚିବ, ଡିଜିପିଙ୍କୁ ନୋଟିସ

Published By : Suraj Kumar | June 23, 2025 4:45 PM

ଭୁବନେଶ୍ବର, ୨୩।୬ : ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି। ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଏହାକୁ ଏକ ଗମ୍ଭୀର ମାନବାଧିକାର ଉଲ୍ଲଂଘନ ଭାବେ ଆୟୋଗ ଗ୍ରହଣ କରିଛନ୍ତି। ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକଙ୍କୁ ଆାୟୋଗ ନୋଟିସ ଜାରି କରିଛନ୍ତି।  ଦୁଇ ସପ୍ତାହ ମଧ୍ୟରେ ବିସ୍ତୁତ ରିପୋର୍ଟ ଦେବାକୁ  ନିର୍ଦେଶ ଦେଇଛନ୍ତି।  ଏଥିସହ ମାମଲାର ତଦନ୍ତ ସ୍ଥିତି, ପୀଡିତାଙ୍କ ସ୍ବାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ ସମ୍ପର୍କରେ ସୂଚନା ରିପୋର୍ଟରେ ସାମିଲ କରିବାକୁ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ପୀଡିତା ତାଙ୍କ ପୁରୁଷ ବନ୍ଧୁ ସହ ଗୋପାଳପୁର ବୋଳଭୂମି ଯାଇଥିଲେ। ସେଠାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାରେ  ୪ ନାବାଳକ ସମେତ  ୧୦ ଜଣ ପୁଲିସ ହାତରେ ଧରାପଡିଛନ୍ତି। ତେବେ ଡିଜିପିଙ୍କ ନିର୍ଦେଶ କ୍ରମେ ଏହି ଘଟଣାକୁ ସିଆଇଡି କ୍ରାଇମବ୍ରାଞ୍ଚ  ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.