ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ

Published By : Ankita S | June 20, 2025 8:19 AM

ଭୁବନେଶ୍ୱର,୨୦/୦୬: ପରଲୋକରେ ନିରଞ୍ଜନ ରଥ । ଦୈନିକ 'ସମାଜ'ର ପୂର୍ବତନ ସମ୍ପାଦକ ନିରଞ୍ଜନ ରଥଙ୍କର ପରଲୋକ ହୋଇଛି । ୭୮ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛନ୍ତି । ସ୍ୱାସ୍ଥଜନିତ ସମସ୍ୟା ନେଇ ଗତ ୧୪ ତାରିଖରୁ ଚିକିତ୍ସିତ ହେଉଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଥିଲେ ନିରଞ୍ଜନ ରଥ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର  ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥ (୭୮)ଙ୍କର  ଗୁରୁବାର ରାତି ୧୧ଟାରେ ଦେହାନ୍ତ ଘଟିଛି । ସେ କଟକ ମଙ୍ଗଳାବାଗ ଥୋରିଆସାହିର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଥିଲେ । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଚିକିତ୍ସକଙ୍କ ସୂତ୍ରରୁ ଜଣାପଡ଼ିଛି । ସ୍ୱର୍ଗତ ରଥ ଆଠଗଡ଼ ରାଧାନାଥ ଶାସନପୁରର ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମ ହୋଇଥିଲେ । ଆଇନରେ ଡିଗ୍ରୀ ସହିତ ଇଂରାଜୀ  ସାହିତ୍ୟରେ ଏମ୍‌ଏ ପାସ୍‌ କରିଥିଲେ । ସେ ଏକାଧାରରେ ଜଣେ ସାମ୍ବାଦିକ, ଆଇନଜୀବୀ ଓ ସମାଜସେବୀ ଭାବେ ବେଶ୍‌ ପରିଚିତ ଥିଲେ । 

ପୂର୍ବରୁ ଆଠଗଡ଼ରୁ ପ୍ରକାଶ ପାଉଥିବା "ନ୍ୟାୟବତୀ' ପତ୍ରିକାର ସେ ସଂସ୍ଥାପକ ଓ  ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିବା ପରେ ଲୋକସେବକ ମଣ୍ଡଳରେ ଯୋଗ ଦେଇଥିଲେ । ସେ ଲୋକସେବକ ମଣ୍ଡଳର ଉପସଭାପତି, କୋଷାଧ୍ୟକ୍ଷ,  ସମ୍ପାଦକ ଭାବେ କାମ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ । ନିକଟରେ ସେ ପୁଣି ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । 

ତାଙ୍କ ପରଲୋକ ଖବର ପାଇ ଲୋକ ସେବକ ମଣ୍ଡଳର କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନା, କାର୍ଯ୍ୟକାରୀ ସଦସ୍ୟା ନୈନା ବେନ୍‌ ଭେକାରିଆ ଥୋରିଆସାହିସ୍ଥିତ ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.