ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅଧାରେ ଅଟକିଲା ବିବାହବାର୍ଷିକୀ ପ୍ରସ୍ତୁତି, ତତଲା ତେଲ କଡ଼େଇରେ ପଡ଼ି ହାସ୍ୟ ଅଭିନେତା ହାଡ଼ୁ ଗୁରୁତର

Published By : Prameya | June 23, 2025 8:35 AM

ଭୁବନେଶ୍ୱର,୨୩/୦୬: ଜଣାଶୁଣା  ଚଳଚ୍ଚିତ୍ର ତଥା ଥିଏଟର ହାସ୍ୟ ଅଭିନେତା  ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ(ହାଡ଼ୁ)  ତତଲା ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଛନ୍ତି । ତାଙ୍କ ମୁହଁ ଓ ଶରୀରର  ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି  ହୋଇଛି । ଗୁରୁତର ଅବସ୍ଥାରେ ହାଡ଼ୁଙ୍କୁ ସମ୍‌ ହସ୍ପିଟାଲର ଜଳାପୋଡ଼ା(ବର୍ଣ୍ଣ) ୱାର୍ଡ  ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । 

ପୁତୁରା ଆକାଶ  ପଟ୍ଟନାୟକଙ୍କ ସୂଚନା ଅନୁସାରେ, ତାଙ୍କ ଶରୀରର ୨୮% ପୋଡ଼ିଯାଇଛି ବୋଲି ଡାକ୍ତର ରିପୋର୍ଟ ଦେଇଛନ୍ତି । ଆଖି ପତା  ଓ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । କ୍ଷତ ସ୍ଥାନ ଷ୍ଟିଚ୍‌ କରାଯାଇଛି । ତାଙ୍କର ଉଚ୍ଚ  ରକ୍ତଚାପ ଓ ମଧୁମେହ ରହିଛି । ସେଥିପାଇଁ  ସୁସ୍ଥ ହେବାକୁ ୮ରୁ ୧୦ଦିନ ଲାଗିବ । 

ଶନିବାର ରାତି ପ୍ରାୟ ୮ଟାରେ ଏହି  ଅଘଟଣ ଘଟିଥିଲା । ୟୁନିଟ-୧ରେ ଥିବା  କ୍ୱାର୍ଟର୍ସରେ ରୋଷେଇ ବେଳେ ହାଡ଼ୁ  ବାରଣ୍ଡାରେ ଯିବାଆସିବା କରୁଥିଲେ । ଚଟାଣରେ ତେଲ ପଡ଼ିଥିବାରୁ ତାଙ୍କ ଗୋଡ଼  ଖସିଯାଇଥିଲା । ସେ ସିଧା ତେଲ କଡ଼େଇରେ ପଡ଼ିଥିଲେ । ଗ୍ୟାସ୍‌ ବର୍ଣ୍ଣରରେ ତାଙ୍କ ମୁହଁ  ବାଡେଇ ହୋଇଯାଇଥିଲା । ତାଙ୍କୁ ଉଦ୍ଧାର  କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।  ହେଲେ ସେଠାରେ ବର୍ଣ୍ଣ ୟୁନିଟ୍‌ ନଥିବାରୁ ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ  ଦେଇଥିଲେ । ହେଲେ ବାଟ ଦୂର ହେବାରୁ ତାଙ୍କୁ ସମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପାଖରେ ପୁଅ ଆଦର୍ଶ ପଟ୍ଟନାୟକ, ଶାଳକ  ଆଲୋକ ରାୟ ଉପସ୍ଥିତ ଅଛନ୍ତି । ଖବର ପାଇ  ଭୁବନେଶ୍ୱରରେ ଥିବା ତାଙ୍କର ଶୁଭେଚ୍ଛୁ,  ବନ୍ଧୁବାନ୍ଧବ, ଓଡିଆ ଫିଲ୍ମ ଓ ଟିଭି ଜଗତର  ବହୁ କଳାକାର ପହଞ୍ଚି ଆଶୁଆରୋଗ୍ୟ କାମନା  କରିଛନ୍ତି । ସେପଟେ ଆସନ୍ତା ବୁଧବାର  ହାଡ଼ୁ ତାଙ୍କର ୨୫ତମ ବିବାହବାର୍ଷିକୀ  ପାଳନ କରିଥାନ୍ତେ । ସେଥିପାଇଁ ପ୍ରସ୍ତୁତି  କରୁଥିଲେ । ହେଲେ ଏହି ଅଘଟଣ ପାଇଁ  ସେହି ଉତ୍ସବ ସ୍ଥଗିତ ରଖାଯାଇଛି । 

ପ୍ରକାଶ  ଥାଉକି, ସମବାୟ ବିଭାଗରେ କିରାଣୀ  ଭାବରେ କାର୍ଯ୍ୟରତ ହାଡ଼ୁ ୧୯୯୫ରେ  ଦୂରଦର୍ଶନରେ ପ୍ରସାରିତ ‘ଛାନିଆ’  ସିରିଏଲରୁ କ୍ୟାରିଅର ଆରମ୍ଭ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.