ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର

Published By : Ankita S | June 14, 2025 7:36 AM

ଭୁବନେଶ୍ୱର,୧୪/୦୬: ବନସ୍ତେ ଡ଼ାକିଲା ଗଜ...ବରଷକେ ଥରେ ଆସିଛି ରଜ...ଆସିଛି ରଜ ଲୋ ଘେନି ନୂଆ ସଜବାଜ.... ବର୍ଷେ ଅପେକ୍ଷା ପରେ ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ । ଗଣପର୍ବର ଆଜି ପହିଲି ରଜ । ପିଠା-ମିଠାର ବାସ୍ନାରେ ମହକୁଛି ଗାଁରୁ ସହର । ପାନ ଖିଲ ପାଟିରେ ମାରି, ଦୋଳି ଖେଳି ସମସ୍ତେ ରଜ ଉତ୍ସବ ପାଳୁଛନ୍ତି । ପିଠାପଣା, ନାଚ ଗୀତରେ ସମସ୍ତେ ମସଗୁଲ। ଉତ୍ସବ ମୁଖର ଗାଁଠୁ ସହର ।

ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର ସବୁ ଉତ୍ସବମୁଖର । ରଜ ୩ ଦିନ ପାଳନ ହୁଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠାମିଠାର ଆସର ଜମିଛି । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ଼ ଆକର୍ଷଣ । ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠା, ମିଠା ଖାଇ ରଜ ଉତ୍ସବକୁ ପାଳନ କରିଛନ୍ତି । ପାଦରେ ଅଳତାକୁ ହାତରେ ମେହେନ୍ଦି ଲଗାଇ ସଜେଇ ଝିଆମାନେ ହୋଇଛନ୍ତି  । ପାନକୁ ବା କିଏ ଭୁଲିବ ।  ରଜ ପର୍ବରେ ମିଠା ପାନର ପସରା ସବୁଛି ମେଳିଛି । ଭଳିକି ଭଳି ମିଠା ମସଲା ଯୁକ୍ତ ପାନ ରଜ ପର୍ବକୁ ଆହୁରି ଆକର୍ଷିତ କରିଛି । ରାଜଧାନୀ ଭୁବନେଶ୍ୱରରେ ଏହି ୩ଦିନିଆ ରଜ ପର୍ବ ବଡ଼ ଧୁମ୍‌ଧାମ୍‌ରେ ପାଳନ ହୋଇଛି । ଏଥିପାଇଁ ଚାରିଆଡ଼ ଉତ୍ସବମୁଖର । ସରକାରୀ, ବେସରକାରୀ ଅନୁଷ୍ଠାନ ରଜ ପର୍ବକୁ ଅଧିକରୁ ଅଧିକ ଆକର୍ଷଣୀୟ କରିଛି ।

କାହିଁକି ପାଳନ ହୁଏ ରଜ ପର୍ବ- ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାଆକୁ ବିଶ୍ରାମ ଦିଆଯାଏ । ଯେଉଁଥିପାଇଁ ଭୂଖନନ ବାରଣ କରାଯାଏ । ଆଷାଢର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ । ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଏହି ତିନି ଦିନ ମାଟି ମା ରଜସ୍ୱଳା ହୋଇଥିବାରୁ ଧରଣୀ ମାଆକୁ କଷ୍ଟ ନ ଦେଇ ଭୂମିକୁ ବିଶ୍ରାମ ଦିଆଯିବାର ପରମ୍ପରା ରହିଛି । କୁମାରୀମାନେ ରଜ ପର୍ବର ମଉଜ ଭିତରେ ଜଣେ ନାରୀର, ଆଚାର ସଂହିତାକୁ ପାଳିଥାନ୍ତି । ଏହି ବିଧି ସେମାନଙ୍କ ଜୀବନର ପ୍ରତିଟି ପାହାଚରେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ତୁଲାଇବାରେ ସହାୟକ ହୋଇଥାଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.