ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଓଡ଼ିଶାର ଟେକ୍ନୋଲୋଜି ଅଭିବୃଦ୍ଧିରେ ଯୋଡ଼ି ହେଲା ଲଜାଇଲର ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର

Published By : Suraj Kumar | June 24, 2025 5:00 PM

ଭୁବନେଶ୍ୱର,୨୪।୬: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ଅପ୍ଟିମାଇଜେସନ୍ ଏବଂ ନବସୃଜନ ତଥା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲଜାଇଲ୍ ଏହାର ନୂତନ ସହାୟକ କମ୍ପାନୀ ଏବଂ ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର ଓଡ଼ିଶାରେ ଉଦଘାଟନ କରିଛି । 

କାର୍ଯ୍ୟକ୍ରମ ଆରମ୍ଭରେ ଲଜାଇଲର ପ୍ରତିଷ୍ଠାତା ତଥା ସିଇଓ ପୂର୍ଣ୍ଣ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ କମ୍ପାନୀର ଯାତ୍ରା ଏବଂ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏକ ଉପସ୍ଥାପନାରେ ସେ ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟ ଅପ୍ଟିମାଇଜେସନ୍ ଏବଂ  ନବସୃଜନ ଓ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା କ୍ଷେତ୍ରରେ ତାଙ୍କ କମ୍ପାନୀ ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଉଲ୍ଲେଖ କରିଥିଲେ । ‘‘ଆମକୁ କୋଠା କିମ୍ବା ସଫ୍ଟୱେରର ଆବଶ୍ୟକତା ନାହିଁ, କିନ୍ତୁ ଏପରି ଲୋକଙ୍କର ଆବଶ୍ୟକତା ଅଛି ଯେଉଁମାନେ ଆମ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିପାରିବେ । ସେଥିପାଇଁ ପ୍ରକୃଷ୍ଟ ସହର ହେଉଛି ଭୁବନେଶ୍ୱର ବୋଲି ସେ କହିଥିଲେ ।

ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ, ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ନବସୃଜନ କେନ୍ଦ୍ର ପ୍ରତିଷ୍ଠା କରିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ପ୍ରମୁଖ କାରଣ ହେଉଛି ଏହାର ବିପୁଳ ପ୍ରତିଭା ଭଣ୍ଡାର । ପ୍ରତିଭାକୁ ପରିପୋଷିତ କରୁଥିବା ଏବଂ ଦୀର୍ଘକାଳୀନ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ଏକ ସହଯୋଗୀ ଇକୋସିଷ୍ଟମ ଗଢ଼ି ତୋଳିବା କମ୍ପାନୀର ଲକ୍ଷ୍ୟ ଏବଂ ଏହା ଓଡ଼ିଶାର ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଲକ୍ଷ୍ୟ ସହ ପ୍ରଯୁକ୍ତ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲଜାଇଲ୍‍ର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ମିଶ୍ର ତଥା ତାଙ୍କ ଟିମର ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ମହାଲିଙ୍ଗ କହିଥିଲେ ଯେ, ସକ୍ରିୟ ପ୍ରଶାସନ, ଅନୁକୂଳ ବ୍ୟବସାୟିକ ପରିବେଶ ସହ ଏକ ପ୍ରତିଶ୍ରୁତିପୂର୍ଣ୍ଣ ନିବେଶ-ଗନ୍ତବ୍ୟସ୍ଥଳ ଭାବରେ ଭୁବନେଶ୍ୱର ଉଭା ହେଉଛି । କମ୍ପାନୀର ଉଦଘାଟନ କେବଳ ଏକ ସୁବିଧାର ଶୁଭାରମ୍ଭ ନୁହେଁ, ବରଂ ଏହା ସୁଯୋଗ ଏବଂ ନବସୃଜନ ମଧ୍ୟରେ ଏକ ଦୀର୍ଘକାଳୀନ ସହଭାଗିତାର ଶୁଭାରମ୍ଭ ।

ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଭୁବନେଶ୍ୱରରେ ଲଜାଇଲର ଉପସ୍ଥିତିକୁ ସ୍ୱାଗତ କରିଥିଲେ । ସେ କହିଥିଲେ, "ଲଜାଇଲ୍‍ର ଉପସ୍ଥିତି ଓଡ଼ିଶାର ଇକୋସିଷ୍ଟମ ପାଇଁ ଏକ ବିରାଟ ପ୍ରୋତ୍ସାହନ’’ । ସେ ଭିତ୍ତିଭୂମି, ପ୍ରତିଭା ବିକାଶ ଏବଂ ଗବେଷଣା ଓ ବିକାଶ ପାଇଁ ପ୍ରୋତ୍ସାହନ ସମେତ ଟେକ୍ ନିବେଶକୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରଗତିଶୀଳ ନୀତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ ।

ଏହି ସମାରୋହରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ଶେଷରେ ଲଜାଇଲ୍‌ର ଭାରତ ମୁଖ୍ୟ ଶୁଭାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ତା’ସହ ସେ ଉପସ୍ଥିତ ଅଧିକାରୀ ଓ ଶିଳ୍ପ ନେତାମାନଙ୍କୁ ସେମାନଙ୍କର ସମର୍ଥନ ଏବଂ ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.