ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଓଏମସି ପକ୍ଷରୁ ବିଶ୍ଵ ସିକଲସେଲ ଆନେମିଆ ନିରାକରଣ ସଚେତନତା ଅଭିଯାନ

Published By : Gurupada Nath | June 20, 2025 6:08 PM

ଭୁବନେଶ୍ୱର,୧୯/୬ : ବିଶ୍ଵ ରକ୍ତ ଶିକୁଳି ଦିବସ ବା ସିକଲସେଲ ଆନେମିଆ ନିରାକରଣ ଅବସରରେ ଓଡ଼ିଶା ଖଣି ନିଗମ ପକ୍ଷରୁ ଖଣି ପାର୍ଶ୍ଵବର୍ତ୍ତୀ ଗ୍ରାମୀଣ ଅଞ୍ଚଳରେ ସଚେତନତା ଅଭିଯାନ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଓଏମସିର କାର୍ଯ୍ୟକ୍ଷମ ଖଣି ଅଞ୍ଚଳରେ ସିକଲସେଲ ସଚେତନତା ବ୍ୟାପକ କରିବା ଲକ୍ଷ୍ୟରେ ଓଏମସିର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ” ମାଧ୍ୟମରେ ଏହି ଶିବିରର ଆୟୋଜନ ହୋଇଯାଇଛି।

ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆରୋଗ୍ୟବାହିନୀ - କୋରାପୁଟ, କେଉଁଝର, ଯାଜପୁର ଏବଂ ବଡ଼ବିଲ ଖଣି ଅଞ୍ଚଳରେସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡାଠାରେ ଏହି ସଚେତନତା ଶିବିର ଆୟୋଜନ ହୋଇଛି । ଏହି ସିକଲସେଲ ବା ରକ୍ତ ଶିକୁଳି ରୋଗ ନିରାକରଣ ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ସହ ରକ୍ତ ଶିକୁଳି ଓ ରକ୍ତହୀନତାର କାରଣ ଓ ନିରାକରଣ ତଥା ରୋଗ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରାଯାଇଥିଲା । 

ସୂଚନାଯୋଗ୍ୟ ଯେ, ଓଏମସିର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ" ବର୍ତ୍ତମାନ, ଖଣି ଅଞ୍ଚଳ ଆଖପାଖରେ ଥିବା ୮୫ଟି ଚିହ୍ନଟ ଗ୍ରାମରେ ୬ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଆରୋଗ୍ୟବାହିନୀ ଚିକିତ୍ସା ସେବା ପ୍ରଦାନ ବ୍ୟତୀତ, ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଗମ ଏବଂ ସୁବିଧାଜନକ କରିଛି । ଏହି ପ୍ରୟାସ ମାଧ୍ୟମରେ ଦୁର୍ଗମ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ସିଧାସଳଖ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ରୟାସ ମାଧ୍ୟମରେ ଗ୍ରାମବାସୀଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ପ୍ରାଥମିକ ସ୍ୱାସ୍ଥ୍ୟସେବା, ମାଗଣା ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ପ୍ରତିରୋଧକ ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷ ସହାୟତା ପ୍ରଦାନ କରାଯାଉଅଛି। ଏହି ପ୍ରୟାସ ଫଳସ୍ୱରୂପ, ୧.୫୦ ଲକ୍ଷରୁ ଅଧିକ ଲୋକ ସକାରାତ୍ମକ ଭାବରେ ପ୍ରଭାବିତ ହେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.