ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ସଂଘର୍ଷ ମଧ୍ୟରେ ଭାରତ ସରକାରଙ୍କ ଅପରେସନ ସିନ୍ଧୁ ଅଧୀନରେ ଇରାନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ଶୁକ୍ରବାର ରାତିରେ ପ୍ରଥମ ବିମାନ ମଶାଦରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଏହି ଉଦ୍ଧାର କାର୍ଯ୍ୟ ମାହାନ ଏୟାରର ଚାର୍ଟାର୍ଡ ବିମାନ ମାଧ୍ୟମରେ ଚାଲିଛି। ଯାହା ଦ୍ୱାରା ପାଖାପାଖି ୧୦୦୦ ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବାର ଯୋଜନା ରହିଛି।
ପ୍ରଥମ ବିମାନ ମଶାଦରୁ ଦିଲ୍ଲୀ ପହଞ୍ଚିଥିବା ବେଳେ ଦ୍ୱିତୀୟ ବିମାନ ଆଶଗାବତରୁ ଉଡାଣ ଭରି ଶନିବାର ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀରେ ଅବତରଣ କରିବ। ତୃତୀୟ ବିମାନ ଶନିବାର ସନ୍ଧ୍ୟାରେ ପହଞ୍ଚିବ ବୋଲି ସୂଚନା ରହିଛି।
ଏହି ଉଦ୍ଧାର କାର୍ଯ୍ୟ ଭାରତୀୟ ଦୂତାବାସ ଓ ବୈଦେଶିକ ମନ୍ତ୍ରଣାଳୟର ସମନ୍ୱୟରେ ଚାଲିଛି। ଇରାନରେ ରହୁଥିବା ଭାରତୀୟମାନଙ୍କୁ ଦୂତାବାସର ଜରୁରୀ ହେଲ୍ପଲାଇନ (+98-9128109115, +98-9128109109) ଓ ନୂଆଦିଲ୍ଲୀରେ ଥିବା ୨୪x୭ କଣ୍ଟ୍ରୋଲ ରୁମ (+91-11-23012113, +91-9968291988) ସହ ଯୋଗାଯୋଗ ରଖିବାକୁ ପରାମର୍ଶ ଦିଆଯାଇଛି।