ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସରକାରୀ ଚାକିରି ଆବେଦନ ବୟସ ୪୨କୁ ବୃଦ୍ଧି ପରେ ପ୍ରଥମ ବିଜ୍ଞପ୍ତି, ପୂରଣ ହେବ ୫୦୬ ସହକାରୀ ପ୍ରାଣୀ ଚିକିତ୍ସକ ପଦବି

Published By : Prameya | June 22, 2025 11:44 AM

ଭୁବନେଶ୍ୱର,୨୨/୦୬: ରାଜ୍ୟ ସରକାର ସରକାରୀ ଚାକିରି ପାଇଁ  ଆବେଦନର ବୟସ ସୀମାକୁ ୪୨  ବର୍ଷ ବୟସକୁ ବୃଦ୍ଧି କରିଛନ୍ତି । ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷ ଥାଇ ମଧ୍ୟ ନିଯୁକ୍ତି  ପାଇଁ ପ୍ରଥମ ବିଜ୍ଞପ୍ତି ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପ୍ରକାଶ କରିଛି । 

ରାଜ୍ୟରେ ଦୀର୍ଘ ଦିନ ହେବ ଖାଲି  ପଡ଼ିଥିବା ୫୦୬ଟି ସହକାରୀ ପ୍ରାଣୀ  ଚିକିତ୍ସକ(ଭେଟେରିନାରୀ ଆସିଷ୍ଟାଣ୍ଟ  ସର୍ଜନ/ଅତିରିକ୍ତ ଭେଟେରିନାରୀ  ଆସିଷ୍ଟାଣ୍ଟ ସର୍ଜନ) ପଦବି ପୂରଣ ପାଇଁ  ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।  ଯାହାକୁ ଆଶାୟୀ ଛାତ୍ରମାନଙ୍କ ମଧ୍ୟରୁ ବହୁ ଛାତ୍ରନେତା ସ୍ୱାଗତ କରିଛନ୍ତି ।  ତେବେ ଏହି ପଦବିଗୁଡ଼ିକରୁ ୧୬୭ଟି  ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩୭ଟି ଅଣସଂରକ୍ଷିତ ରହିଛି। ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ପାଇଁ ୭୯,  ୧୪୯ଟି ଅନୁସୂଚିତ ଜାତି ଓ ୨୪୧ଟି ଅନୂସୂଚିତ  ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ଦିବ୍ୟାଙ୍ଗଙ୍କ  ପାଇଁ ୪୯ଟି ଥିବା ବେଳେ ୧୩ଟି କ୍ରୀଡ଼ାବିତଙ୍କ  ପାଇଁ ସଂରକ୍ଷିତ ରହିଛି । ପ୍ରାଣୀ ବିଜ୍ଞାନ ଓ  ପଶୁଚିକିତ୍ସାରେ ସ୍ନାତକ ଡିଗ୍ରୀ(ବ୍ୟାଚଲର୍‌ ଡିଗ୍ରୀ  ଇନ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମାଲ୍‌  ହଜ୍‌ବେଣ୍ଡାରୀ) ହାସଲ କରିଥିବା ଛାତ୍ରଛାତ୍ରୀ ଏ  ନେଇ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ  ଉଲ୍ଲେଖ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.