ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲସ୍କରର ଷଡ଼ଯନ୍ତ୍ର ପର୍ଦ୍ଦାଫାସ୍; ପହଲଗାମ ହମଲାର ସହଯୋଗୀ ଗିରଫ, ୩ ଆତଙ୍କୀ ଚିହ୍ନଟ

Published By : Anindita Ratha | June 22, 2025 1:10 PM

ନୂଆଦିଲ୍ଲୀ,୨୨/୦୬: ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କୀ ହମଲାରେ ଏନଆଇଏକୁ ବଡ଼ ସଫଳତା। ଆତଙ୍କୀ ଆକ୍ରମଣରେ ପାକିସ୍ତାନୀଙ୍କୁ ସାହାଯ୍ୟ କରିଥିବା ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ଏନଆଇଏ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ପହଲଗାମର ବଟକୁଟ ନିବାସୀ ପରବେଜ ଅହମଦ ଜୋଥର ଓ ହିଲ ପାର୍କର  ନିବାସୀ ବଶୀର ଅହମ୍ମଦ  ଯୋଥର। 

ତଦନ୍ତ ସମୟରେ,ଏହି ଦୁଇଜଣ ଖୁଲାସା କରିଛନ୍ତି ଯେ, ସେମାନେ ଆକ୍ରମଣ ପୂର୍ବରୁ ଆକ୍ରମଣରେ ସାମିଲ ଥିବା ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ । ଯେଉଁମାନେ ପାକିସ୍ତାନର ବାସିନ୍ଦା ଥିଲେ ଏବଂ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ସହିତ ଜଡିତ ଥିଲେ। NIA ତଦନ୍ତ ଅନୁଯାୟୀ,ଆକ୍ରମଣ ପୂର୍ବରୁ ଏହି ଆତଙ୍କବାଦୀମାନଙ୍କୁ ହିଲ୍ ପାର୍କ ଅଞ୍ଚଳରେ ଥିବା ଏକ କୁଟିରରେ ଆଶ୍ରୟ ଦିଆଯାଇଥିଲା। ଏପ୍ରିଲ ୨୨ ତାରିଖରେ,ଏହି ଆତଙ୍କବାଦୀମାନେ ଧାର୍ମିକ ପରିଚୟ ଆଧାରରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏନଆଇଏ ଦୁଇ ଅଭିଯୁକ୍ତଙ୍କୁ ଅନଲଫୁଲ ଆକ୍ଟିଭିଟିସ୍ ଆକ୍ଟ ୧୯୬୭, ଧାରା ୧୯ ଆଧାରରେ ଗିରଫ କରିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.