ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଇରାନ ଠାରୁ ଅଧିକ ଭୟଭୀତ ପାକିସ୍ତାନ, ଖ୍ବାଜା ଆସିଫ କହିଲେ- ‘ଆମେ ବରବାଦ ହୋଇଯିବୁ’

Published By : Tapas Panda | June 16, 2025 8:39 PM

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଘଟୁଥିବା ଘଟଣାର ପ୍ରତିଫଳନ ଏବେ ପାକିସ୍ତାନରେ ଶୁଣାଯାଉଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ନୂଆ ଅନିଶ୍ଚିତତାକୁ ଜନ୍ମ ଦେଇଛି । ଏବେ ପରମାଣୁ ଅସ୍ତ୍ରର ଭୟାବହତା ଉପରେ ଆଲୋଚନା ଆରମ୍ଭ ହୋଇଛି ଏବଂ ଏହା ପାକିସ୍ତାନକୁ ଚିନ୍ତାରେ ପକାଇଛି । ଗତ ସପ୍ତାହରେ ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିଥିଲା । ତେହରାନର ବର୍ଦ୍ଧିତ ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରିଥିଲା ଇସ୍ରାଏଲ ।  କିନ୍ତୁ ଏବେ ଇସ୍ରାଏଲ ସ୍ପଷ୍ଟ କରିଦେଇଛି ଯେ, ଏହି ଅଭିଯାନ ଜାରି ରହିବ । ପାକିସ୍ତାନର ରାଡାରରେ ସତର୍କ ଘଣ୍ଟି ଆହୁରି ଜୋରଦାର ହୋଇଛି । ଏହି ଯୁଦ୍ଧର ଶିକାର ହୋଇଛି ଇରାନ, କିନ୍ତୁ  ପାକିସ୍ତାନ କାହିଁକି ଭୟଭୀତ ? ଏହାର ଉତ୍ତର ନିଜେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦେଇଛନ୍ତି।   

ସେ କହିଛନ୍ତି ଯେ, ଯଦି ଇସ୍ରାଏଲ ଏହିପରି ଆକ୍ରମଣ ଜାରି ରଖେ, କେବଳ ଇରାନ ନୁହେଁ ଆମେ ମଧ୍ୟ ଧ୍ୱଂସ ପାଇଯିବୁ। ଏହି ବିବୃତ୍ତି ଦର୍ଶାଉଛି ଯେ, ଇସଲାମାବାଦ ମଧ୍ୟ ନିଜର ଅସ୍ତିତ୍ୱ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛି। ଆସିଫ୍ କହିଛନ୍ତି ଯେ, ଇସ୍ରାଏଲ ଏକମାତ୍ର ଦେଶ ଯିଏ କୌଣସି ଅନ୍ତର୍ଜାତୀୟ ପରମାଣୁ ଚୁକ୍ତିନାମାର ଅଂଶ ନୁହେଁ । ଏହା ଖୋଲାଖୋଲି ଭାବରେ ବିଶ୍ୱକୁ ଧମକ ଦେଇପାରେ। IAEA ଭଳି ଏଜେନ୍ସି ଇରାନ ଉପରେ କଡ଼ା ନଜର ରଖୁଥିବା ବେଳେ, ଇସ୍ରାଏଲ କୌଣସି ନିୟମ ବିନା ବିଶ୍ବକୁ ଭୟଭୀତ କରିବା ଲାଗି VIP ପାସ୍ ପାଇଛି। 

ସେ କହିଛନ୍ତି, ଏହା ହିଁ ପାକିସ୍ତାନକୁ ସବୁଠାରୁ ଭୟଭୀତ କରେ । କାରଣ ଯଦି ଯୁଦ୍ଧର ପରିସର ବୃଦ୍ଧି ପାଏ, ତେବେ ଇସ୍ରାଏଲର ପରବର୍ତ୍ତୀ ଟାର୍ଗେଟ ଅନ୍ୟ କୌଣସି ଦେଶ ହୋଇପାରେ । ପାକିସ୍ତାନ ଏକ ପରମାଣୁ ଶକ୍ତି ସଂପନ୍ନ ଦେଶ । କିନ୍ତୁ ସେ ଏପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିନାହିଁ। ଆସିଫ୍ କହିଛନ୍ତି ଯେ, ଆମେ ଆମର ନାଗରିକଙ୍କ ସୁରକ୍ଷା ଏବଂ ସାର୍ବଭୌମତ୍ୱ ପାଇଁ ପ୍ରସ୍ତୁତ । କିନ୍ତୁ ଆମେ ସର୍ବଦା ଅନ୍ତର୍ଜାତୀୟ ନିୟମ ପାଳନ କରୁଛୁ। ଏହାର ଅର୍ଥ ହେଉଛି ପାକିସ୍ତାନ ନିଜକୁ ସଂଯମତା ରକ୍ଷା କରୁଥିବା ଦେଶ ଭାବରେ ଦେଖାଇବାକୁ ଚେଷ୍ଟା କରୁଛି ।

 ପାକିସ୍ତାନୀ ମନ୍ତ୍ରୀ ଆମେରିକା ଏବଂ ୟୁରୋପକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଅନ୍ଧ ସମର୍ଥନ ଇସ୍ରାଏଲକୁ ଅନିୟନ୍ତ୍ରିତ କରୁଛି। ଯଦି ଏହା ଜାରି ରହେ, ତେବେ ନିଆଁ କେବଳ ମଧ୍ୟପ୍ରାଚ୍ୟରେ ନୁହେଁ ବରଂ ସମଗ୍ର ବିଶ୍ୱରେ ବ୍ୟାପିବ। ତେବେ ଖ୍ବାଜା ଆସିଫଙ୍କ ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ, ଇରାନ ପରେ ଧାଡ଼ିରେ ନିଜକୁ ଛିଡ଼ା ହେଉଥିବାର ଦେଖୁଛି ପାକିସ୍ତାନ । ଏହି କାରଣରୁ ତେହରାନଠୁ ଅଧକ ଭୟରେ ରହିଛି ଇସଲାମାବାଦ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.