ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବଢ଼ିଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି, ଶନିବାର ଅପରାହ୍ଣ ୩ଟା ଯାଏ ନାମଲେଖା

Published By : Harapriya Sethi | June 21, 2025 1:44 PM

ଭୁବନେଶ୍ୱର,୨୧/୦୬: ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଚୟନ ହୋଇଥିବା ଶିକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୭୬ ହଜାର ନାମଲେଖାଇଲେ । ଆଉ ୧ ଲକ୍ଷ ଶିକ୍ଷାର୍ଥୀ ନାମଲେଖାଇ ନାହାନ୍ତି । ଗତ ୧୨ରୁ ଆରମ୍ଭ ହୋଇ ୧୭ ତାରିଖ ଯାଏ ନାମଲେଖା ଚାଲିଥିଲା । ହେଲେ ଚୟନ ହୋଇଥିବା ପିଲାଙ୍କ ମଧ୍ୟରୁ ଅଧା ପିଲାବି ନାମଲେଖାଇ ନାହାନ୍ତି । ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ଅବଧିକୁ ଶନିବାର ଯାଏ ବୃଦ୍ଧି କରାଯାଇଛି । ଅନ୍ୟପଟେ ୨୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ।  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋସିଆଲ୍‌ ମିଡିଆ ଏକ୍ସରେ କୁହାଯାଇଛି, ଯେଉଁ ଶିକ୍ଷାର୍ଥୀମାନେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଚୟନ ହୋଇଛନ୍ତି, ମାତ୍ର ନାମଲେଖାଇ ନାହାନ୍ତି ସେମାନେ ୨୧ ତାରିଖ ମଧ୍ୟରେ ନାମଲେଖାଇ ପାରିବେ । ଅପରାହ୍ଣ ୩ଟା ମଧ୍ୟରେ ସେମାନେ ନାମଲେଖାଇବେ । ନାମଲେଖା ଫି ଦାଖଲ କରିବେ । ଏଥିସହ ଫ୍ରିଜ୍‌, ସ୍ଲାଇଡ୍‌, ପ୍ଲଟ୍‌ ଅପ୍‌ସନ୍‌କୁ ଚୟନ କରିପାରିବେ ।  

ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷ (୨୦୨୫-୨୬) ପାଇଁ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୧ ଲକ୍ଷ ୭୫ ହଜାର ୭୨୨ ଛାତ୍ରଛାତ୍ରୀ ଚୟନ ହୋଇଥିଲେ । ବିଜ୍ଞାନରେ ୪୫ ହଜାର ୮୫୫, କଳା ପାଇଁ ୧ ଲକ୍ଷ ୭ ହଜାର ୬୯, ବାଣିଜ୍ୟରେ ୧୬ ହଜାର ୨୦୫, ଶାସ୍ତ୍ରୀ ପାଇଁ ୩୩୭୧, ସେଲ୍‌ଫ ଫାଇନାନ୍ସ ପାଇଁ ୩୦୫୧, ଆଇନ ନାମଲେଖା ପାଇଁ ୧୭୧ ଜଣଙ୍କୁ ଚୟନ କରାଯାଇଥିଲା । ମାତ୍ର ସାମ୍‌ସ ତଥ୍ୟ ଅନୁଯାୟୀ ମାତ୍ର ୭୬ ହଜାର ପିଲା ନାମଲେଖାଇଛନ୍ତି । ଏଥିପାଇଁ ବିଭାଗ ପକ୍ଷରୁ ଚୟନ ହୋଇଥିବା ଶିକ୍ଷାର୍ଥୀଙ୍କୁ ନାମଲେଖାଇବା ପାଇଁ ୨୧ ତାରିଖ ଯାଏ ସୁଯୋଗ ଦିଆଯାଇଛି । ଆସନ୍ତା ୨୨ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ୨୨ରୁ ୨୫ ତାରିଖ ମଧ୍ୟରେ ହେବ । ଜୁଲାଇ ୧ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ହେବ । ଏହାର ନାମଲେଖା ୧ରୁ ୪ ମଧ୍ୟରେ ହେବ । ସମସ୍ତ ନାମଲେଖା ପ୍ରକ୍ରିୟା ଜୁଲାଇ ୧୫ ମଧ୍ୟରେ ଶେଷ ହେବ । ଜୁଲାଇ ୧୦ରେ ପାଠପଢ଼ା ଆରମ୍ଭ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.