ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

'ଯୋଗରୁ ଶାନ୍ତି ଓ ଦିଗ ମିଳେ, ଚିନ୍ତାଗ୍ରସ୍ତ ଦୁନିଆ ପାଇଁ ପଜ୍ ବଟନ୍‌': ପ୍ରଧାନମନ୍ତ୍ରୀ

Published By : Ankita S | June 21, 2025 10:03 AM

ବଶାଖାପଟଣମ,୨୧/୦୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଶାଖାପଟଣମ ବେଳାଭୂମିରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରକେ ବିଚ୍‌ ଠାରୁ ଭୋଗପୁରମ ପର୍ଯ୍ୟନ୍ତ ୨୬ କିଲୋମିଟର କରିଡରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେଠାରେ ୩ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ଦୁନିଆରେ ମାନସିକ ଚିନ୍ତାରେ ପୀଡିତ ଲୋକଙ୍କ ପାଇଁ ଯୋଗ ଏକ ପଜ୍‌ ବଟନ୍‌ ହୋଇଥାଏ ବୋଲି କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

୧୧ତମ ଯୋଗ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି,'' ବିଶ୍ୱକୁ ଯୋଡ଼ିଛି ଯୋଗ । ଆଜି ଦୁନିଆ କୌଣସି ନା କୌଣସି ଚିନ୍ତା ଦେଇ ଗତି କରୁଛି । ଅଶାନ୍ତି ଓ ଅସ୍ଥିରତା ବଢୁଛି । ଯୋଗରୁ ଆମକୁ ଶାନ୍ତି ଓ ଦିଗ ମିଳିଥାଏ । ଯୋଗ ଏମିତି ଏକ ପଜ ବଟନ୍‌, ଯାହା ମାନବତାକୁ ସନ୍ତୁଳନର ନିଶ୍ୱାସ ନେବାକୁ ଏବଂ ନିୟନ୍ତ୍ରଣକୁ ଆଣିବାରେ ସହାୟକ ହୋଇଥାଏ । ଯୋଗର ଅର୍ଥ ଯୋଡ଼ି ହେବା । ୧୧ ବର୍ଷ ପରେ ଆମେ ଦେଖୁଛୁ ଯୋଗ ଦୁନିଆର କୋଟି କୋଟି ଲୋକଙ୍କ ଜୀବନଶୈଳୀର ଅଂଶ ହୋଇଛି । ଯେବେ ଭାରତ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ୨୧ ଜୁନ୍‌କୁ ଯୋଗ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଲା । କମ୍‌ ସମୟରେ ୧୭୫ ଦେଶ ଭାରତକୁ ସମର୍ଥନ କଲେ । ଏହା କେବଳ ପ୍ରସ୍ତାବ ନଥିଲା ମାନବତାର ଉନ୍ନତି ପାଇଁ ସାମୂହିକ ପ୍ରୟାସ ଥିଲା ।''

ଅଧିକ ପଢନ୍ତୁ...ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ମୋତେ ଗର୍ବ ଲାଗେ ଯେବେ ଦିବ୍ୟାଙ୍ଗ ସାଥୀ ଯୋଗଶାସ୍ତ୍ର ପଢନ୍ତି । ବୈଜ୍ଞାନିକ ମହାକାଶରେ ଯୋଗ କରନ୍ତି । ଗାଁ ଗାଁରେ ଯୁବାସାଥୀ ଯୋଗ ଅଲମ୍ପିକ୍ସରେ ଭାଗ ନିଅନ୍ତି । ଅପେରା ହାଉସ୍‌ର ସିଡ଼ି ହେଉ କି ଏଭେରେଷ୍ଟର ଶିଖର ହେଉ ବା ସମୁଦ୍ରର ବିସ୍ତାର ସବୁ ସ୍ଥାନରୁ ଗୋଟିଏ ସନ୍ଦେଶ ଆସେ ଯୋଗ ସମସ୍ତଙ୍କର ସମସ୍ତଙ୍କ ପାଇଁ । ଯୋଗ କେବଳ ଏକ ବ୍ୟାୟାମ ନୁହେଁ ଏହା ବଞ୍ଚିବାର ଦିଗ ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.