ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବୌଦ୍ଧକୁ ଗଡ଼ିବ ପ୍ରଥମ ଟ୍ରେନ୍‌,୨୭୫୦ କୋଟିର ରେଳ ପ୍ରକଳ୍ପ ଶିଳାନ୍ୟାସ, ଉଦ୍‌ଘାଟନ କରିବେ ମୋଦି

Published By : Prameya | June 20, 2025 11:22 AM

ଭୁବନେଶ୍ୱର,୨୦/୬: ଆଜି  ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୨୭୫୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଆଜି ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣାକଟକ ମଧ୍ୟରେ  ୭୩ କିଲୋମିଟର ଲମ୍ୱା ନୂଆ ରେଳ ଲାଇନ ଉଦ୍‌ଘାଟନ କରିବେ । ଏଥି ସହ ବୌଦ୍ଧ ଜିଲ୍ଲା  ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି ।

ପ୍ରଥମ ଥର ପାଇଁ ସୋନପୁର ଓ ପୁରୁଣାକଟକ ମଧ୍ୟରେ ନୂଆ ରେଳ ଲାଇନ  ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଉଛି । ଯାହା ଏହି ଅଞ୍ଚଳର  ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜଭୁତ କରିବ ।  ସେହିପରି ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ  ରେଳ ଲାଇନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ୱଲପୁର  ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ । ଶିଳ୍ପ ଏବଂ ଯାତ୍ରୀ ପରିବହନକୁ  ବୃଦ୍ଧି କରିବ ।  

ଏହି ଅବସରରେ ପ୍ରଧାନମନ୍ତ୍ରୀ ବୌଦ୍ଧ-ଭୁବନେଶ୍ୱର-ବୌଦ୍ଧ ସାପ୍ତାହିକ  ଏକ୍ସପ୍ରେସ୍‌ ଏବଂ ସମ୍ୱଲପୁର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ ।  ବୌଦ୍ଧ-ଭୁବନେଶ୍ୱର ନୂଆ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ ପ୍ରତି ସୋମବାର ବୌଦ୍ଧରୁ  ସକାଳ ୭ଟାରେ ଛାଡିବ । ବଲାଙ୍ଗୀର-ସମ୍ୱଲପୁର-ଅନୁଗୁଳ-ନରାଜ ଦେଇ  ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବ । ଫେରିବା ବେଳେ ଏହି ଟ୍ରେନ  ସୋମବାର ଭୁବନେଶ୍ୱରରୁ ରାତି ୧୧ଟାରେ ଛାଡିବ । 

ସେହିପରି, ସମ୍ୱଲପୁରରୁ  ସମ୍ୱଲପୁର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ ରବିବାର ସନ୍ଧ୍ୟା ୭ଟା ୨୫ରେ ଛାଡିବ ।  ସେହି ଦିନ ରାତ୍ରି ୧୧ଟା ୫୫ରେ ବୌଦ୍ଧରେ ପହଞ୍ଚିବ । ଫେରିବା ବେଳେ ବୌଦ୍ଧରୁ  ଏହି ଟ୍ରେନ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୫ରେ ଛାଡିବ । ସେହି ଦିନ ସନ୍ଧ୍ୟା ୭ଟା  ୩୦ରେ ସମ୍ୱଲପୁରରେ ପହଞ୍ଚିବ । ଏହା ବ୍ୟତୀତ, ଭୁବନେଶ୍ୱର-ସୋନପୁର  ଇଣ୍ଟରସିଟି ଏକ୍ସପ୍ରେସ୍‌ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ସୋନପୁର ସଟଲ୍‌ ପାସେଞ୍ଜର  ଟ୍ରେନ୍‌ ପ୍ରଥମ ଥର ପାଇଁ ପୁରୁଣାକଟକ ପର୍ଯ୍ୟନ୍ତ ଚାଲିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.