ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରଜ ମହୋତ୍ସବ ପାଳିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅହମ୍ମଦାବାଦ ପ୍ଳେନ୍ ଟ୍ରାଜେଡି ପାଇଁ କାର୍ଯ୍ୟକ୍ରମ ବାତିଲ

Published By : Prameya | June 14, 2025 9:39 AM

ନୂଆଦିଲ୍ଲୀ,୧୪/୦୬: ରଜପର୍ବ ହେଉଛି  ଓଡ଼ିଶାର ଏକ ପାରମ୍ପରିକ ପର୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପରମ୍ପରାକୁ ଗତ ଦୁଇବର୍ଷ ହେଲା ରାଷ୍ଟ୍ରପତି ଭବନରେ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଥିଲେ । ଏଠାରେ ଦୋଳି, ଓଡ଼ିଶାର ବିଭିନ୍ନ ସୁସ୍ୱାଦୁ ପିଠା ଓ ଅନ୍ୟ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା । ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଏହି ଅବସରରେ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରିତ କରାଯାଉଥିଲା । କିନ୍ତୁ ଚଳିତବର୍ଷ ରାଷ୍ଟ୍ରପତି ଭବନରେ ରଜ ଉତ୍ସବ ପାଳନ କରାଯିବ ନାହିଁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ଥିର କରିଛନ୍ତି ।

ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ଯୋଗୁ ସମଗ୍ର ଦେଶ ଓ ବିଶ୍ୱରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଯେଭଳି ଭାବେ ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କ ମୃତ୍ୟୁ ଘଟିଛି, ତାହା ଦେଶବାସୀଙ୍କ ମନକୁ ଘୋର ଆଘାତ ଦେଇଛି । ଏହି ଘଟଣାରେ ରାଷ୍ଟ୍ରପତି ଅତ୍ୟନ୍ତ ମର୍ମାହତ । ତେଣୁ ଚଳିତ ବର୍ଷର ରଜ ମହୋତ୍ସବ ରାଷ୍ଟ୍ରପତି ଭବନରେ ବାତିଲ କରି ଦିଆଯାଇଛି । ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଭବନରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବାକୁ ଥିବା ରଜ ମହୋତ୍ସବ ବାତିଲ କରିଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.