ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଘରୋଇ ପାଇକାରୀ ବଜାରକୁ ପ୍ରୋତ୍ସାହନ: ବଜାରରେ ଲାଗିବ ଦର ତାଲିକା, ବଢ଼ିବ ମହିଳାଙ୍କ ଭାଗିଦାରୀ

Published By : Rasmita Pradhan | June 25, 2025 12:48 PM

ଭୁବନେଶ୍ୱର,୨୫/୬ : ଏଣିକି ଘରୋଇ ପାଇକାରୀ ବଜାର (ପ୍ରାଇଭେଟ୍‌ ହୋଲସେଲ୍‌ ମାର୍କେଟ)କୁ ମିଳିବ ପ୍ରୋତ୍ସାହନ । ଏହି ବଜାର ପୂର୍ବରୁ ଥିବା ନିୟନ୍ତ୍ରିତ ବଜାରରେ ସ୍ଥାନ ପାଇପାରିନଥିବା ବ୍ୟବସାୟୀ ଓ ଚାଷୀଙ୍କୁ ବେପାର ପାଇଁ ସ୍ଥାନ ଯୋଗାଇଦେବ । ଉତ୍ପାଦକ, କ୍ରେତା ଓ ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କ ମଜଭୁତ କରିବା ପାଇଁ କେନ୍ଦ୍ର ସ୍ଥଳ ପାଲଟିବ । ବଜାରର ବର୍ଦ୍ଧିତ ପ୍ରତିଯୋଗିତା ଚାଷୀଙ୍କୁ ସୁହାଇବ । ଏହା ମଧ୍ୟ ରପ୍ତାନକାରୀଙ୍କ ସମେତ ଖୁଚୁରା ବ୍ୟବସାୟୀଙ୍କୁ ସହାୟକ ହେବ । ଦର ତାଲିକା ବଜାରରେ ଲାଗିବ । ଜାତୀୟ ଉଦ୍ୟାନ ମିଶନର ବିଭିନ୍ନ ଯୋଜନା(ସ୍କିମ୍‌) ରେ ଏହି ସହାୟତା ଯୋଗାଇ ଦିଆଯିବ । 

ରାଜ୍ୟରେ ଏଭଳି ଘରୋଇ ପାଇକାରୀ ବଜାରର ଚିନ୍ତାଧାରା ଏବେ ଧୀରେ ଧୀରେ ବାସ୍ତବତାରେ ପରିଣତ ହେଲାଣି । ବିଭିନ୍ନ ସ୍ଥାନରେ ଏ ନେଇ କାମ ଆରମ୍ଭ ହୋଇ ସାରିଲାଣି । ତେବେ ଆମ ରାଜ୍ୟରେ ପ୍ରାଥମିକ ଭାବେ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ଏହା କରିବାକୁ ପ୍ରସ୍ତାବ ରହିଛି । ଏହି ଘରୋଇ ପାଇକାରୀ ବଜାରଗୁଡ଼ିକ ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ଏହା ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ଚାଷୀ ନିଜର ଉତ୍ପାଦିତ ସାମଗ୍ରୀ ସାଇତି ରଖିବା ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇପାରିବେ । ଆଗାମୀ ଦିନରେ ରାଜ୍ୟରେ କୃଷିଜନିତ ସାମଗ୍ରୀର ବ୍ୟବସାୟ ବୃଦ୍ଧି ପାଇଁ ରାଜ୍ୟରେ ‘ବି-ରେଡି’ ପରିବେଶ ସୃଷ୍ଟି କରାଯିବ । କୃଷି ବ୍ୟବସାୟ ପାଇଁ ଲାଇସେନ୍ସ ଦିଆଯିବ । ପଞ୍ଜୀକରଣ ସମେତ ଅନ୍ୟ ପ୍ରକ୍ରିୟା ସରଳୀକରଣ ହେବ । ବଜାରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦର ତାଲିକା ଲାଗିବ । କେହି ବ୍ୟବସାୟୀ ନିର୍ଦ୍ଧାରିତ ଦାମଠୁ ଅଧିକ ଦରରେ ବିକ୍ରି କରି କଳାବଜାର କରିବାକୁ ଉଦ୍ୟମ କଲେ ତାକୁ ନିୟନ୍ତ୍ରିତ କରାଯିବ । କୃଷି ବ୍ୟବସାୟରେ ମହିଳାଙ୍କ ଭାଗିଦାରୀ ବଢ଼ିବ । ମହିଳା ସଶକ୍ତୀକରଣ ଦିଗରେ ଏହା ସହାୟକ ହେବ । ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଙ୍ଗଠନ(ଏଫପିଓ) ଗୁଡ଼ିକୁ କୃଷି ଉତ୍ପାଦନ ସାମଗ୍ରୀ ବ୍ୟବସାୟ କରିବା ପାଇଁ ଅଧିକରୁ ଅଧିକ ସୁଯୋଗ ମିଳିବ । ରାଜ୍ୟ ସମବାୟ ବିଭାଗ ପକ୍ଷରୁ ପ୍ରସ୍ତୁତ କୃଷି ଉତ୍ପାଦିତ ସାମଗ୍ରୀ ବ୍ୟବସାୟ ନେଇ ‘ଷ୍ଟେଟ୍‌ ପଲିସି ଫ୍ରେମୱାର୍କ’ରେ ଏହି ସବୁ ସୂଚନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.