ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଚିକିତ୍ସା ଅବହେଳା ନା ଅଘଟଣ: ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା, ଥାନରେ ପରିବାରର ଅଭିଯୋଗ

Published By : Prameya | June 15, 2025 3:20 PM

କଟକ ୧୫/୦୬: କଟକର ପୁଣି ଏକ ଘରୋଇ ହସ୍ପିଟାଲ୍ ନାଁରେ ଆସିଲା  ଅଭିଯୋଗ। ଚିକିତ୍ସା ଅବହେଳା ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ। ଏମିତି ଏକ ଅଭିଯୋଗ ଆସିଛି କଟକ ଯୋବ୍ରା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ବିରୋଧରେ। ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ନାଁରେ ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ।  ଅନ୍ୟପଟେ ଏହି ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି।

ଢେଙ୍କାନାଳର ଜଣେ ୩୬ ବର୍ଷୀୟା ରୋଗୀଙ୍କ ମୁଖ ଗହ୍ୱର କର୍କଟ ହୋଇଥିଲା। ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ମାତ୍ର ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଲେ। ତେବେ ଏହି ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରିନଥିଲେ। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଥିଲା। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଦୀର୍ଘ ସମୟ ଗଣ୍ଡଗୋଳ ପରେ ପୁଲିସ ଆସି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଲା। ପରେ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ହେବାରୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.