ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରଥ ଖଳା ହାଲ୍‌ଚାଲ୍... ରଥ ଦୁଆରଘଡ଼ା କାର୍ଯ୍ୟ ଶେଷ, ଚାଲିଛି ଚକା ସିଂହାସନ ତିଆରି

Published By : Prameya | June 20, 2025 10:27 AM

ପୁରୀ,୨୦/୦୬:  ରଥଖଳାରେ ଠାକୁରଙ୍କ ଚକା ସିଂହାସନ ତିଆରିଛନ୍ତି ବିଶ୍ୱକର୍ମା । ଚକା ବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ବିଶ୍ୱକର୍ମାମାନେ ପ୍ରଭା କାମ ସାରିଛନ୍ତି । ରୁପକାରମାନେ ସେଥିରେ କିର୍ତ୍ତୀମୁଖ ଓ  ଉଭୟପାଶ୍ୱର୍ରେ ମଗରମୁଣ୍ଡ କରିବେ । ଚିତ୍ରକର ରଙ୍ଗ ଦେଲେ ରଥରେ ଫିଟିଂ ହେବ ପ୍ରଭା । ଏବେ ରଥ ଉପରେ ଠାକୁରଙ୍କ ସିଂହାସନ କାମ ଜାରି ରହିଛି । ଏଥିସହ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । 

ରଥରେ ସିଂହାସନ କାର୍ଯ୍ୟ ଅବସରରେ ଧମକ ଉପରେ ଜଗତପୃଷ୍ଠ ଶେଣୀ ରଖାଯିବ । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିବେ । ଆଗକୁ ଗାଈପଲ ଚିତ୍ର ହେବ । ସିଂହାସନ ଉପରେ କନକମୁଣ୍ଡି କାମ ଚାଲିଛି ।  କନକମୁଣ୍ଡିରେ ପିତଳ ଚାଦର ବୁଲିବ । ଯେପରି ରଥରେ ଅବସ୍ଥାନ ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଓଦା ହେବ ନାହିଁ । ବିଶ୍ୱକର୍ମାମାନେ ଦୁଆରଘଡ଼ା କାର୍ଯ୍ୟ ଶେଷ କରୁଛନ୍ତି । ରଥର ଚତୁଃପାର୍ଶ୍ୱରେ ଲାଗେ ୪ ଦୁଆର ଘଡ଼ା । ୩ ରଥ ପାଇଁ  ନିର୍ମାଣ ହୁଏ ୧୨ ଦୁଆରଘଡ଼ା । ଦର୍ଜୀ ସେବକମାନେ ଚନ୍ଦ୍ରଶାଳି ପାଇଁ କନା ସାଜ ତିଆରିଛନ୍ତି । ଦୁଆର ଘଡ଼ାର ଉପର ଅଂଶ ହେଉଛି ‘ଚନ୍ଦ୍ରଶାଳି’ । ଏହାର ନିର୍ମାଣ ପାଇଁ ପ୍ରତି  ରଥକୁ ୪ଟି ଲେଖାଁଏ ମୋଟ ୧୨ଟି (୫ରେ ୫ଇଞ୍ଚ) କାଠ ଆବଶ୍ୟକ ହୋଇଥାଏ ।  

ବିଶ୍ୱକର୍ମା ଚନ୍ଦ୍ରଶାଳି ପ୍ରସ୍ତୁତି ସାରି ଚିତ୍ରକରଙ୍କୁ ଦେଇଥାନ୍ତି । ସେମାନେ ଚନ୍ଦ୍ରଶାଳିରେ  ରାହୁଋପ ଚିତ୍ର କରିଥାନ୍ତି । ରାହୁଋପ ଚିତ୍ରିତ ଚନ୍ଦ୍ରଶାଳିକୁ ରଥରେ ସ୍ଥାପନ କରାଯାଏ ।  ରଥ ଚାଳନାକୁ ନିୟନ୍ତ୍ରଣ କରିବାକୁ ବ୍ରେକ୍‌ ରୁପକାରମାନେ ନାଟ ଗୋଡ଼ରେ ଖୋଦେଇ  କାର୍ଯ୍ୟ ଶେଷ କରୁଛନ୍ତି। ଚିତ୍ରକର ରଥର ବିଭିନ୍ନ ଅଂଶକୁ ଚିତ୍ର କରିବାରେ ନିମଗ୍ନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.