ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

'ଏବେ ଶାନ୍ତିର ସମୟ ଆସିଛି', ଜାଣନ୍ତୁ ଇରାନ୍‌-ଇସ୍ରାଏଲ ଯୁଦ୍ଧବିରତି ନେଇ କ'ଣ କହିଲେ ଟ୍ରମ୍ପ ?

Published By : Ankita S | June 24, 2025 9:53 AM

ନୂଆଦିଲ୍ଲୀ,୨୪/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ନେଇ ଘୋଷଣା କରିଛନ୍ତି । ଏହାର କିଛି ସମୟ ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇସ୍ରାଏଲ ଏବଂ ଇରାନ ହିଁ ତାଙ୍କୁ 'ଶାନ୍ତି' ପାଇଁ ଅନୁରୋଧ କରିଥିଲେ । ଇସ୍ରାଏଲ ଏବଂ ଇରାନର ଭବିଷ୍ୟତ ଅସୀମ ଏବଂ ମହାନ ପ୍ରତିଶ୍ରୁତିରେ ପରିପୂର୍ଣ୍ଣ । ବିଶ୍ୱ ଏବଂ ମଧ୍ୟପ୍ରାଚ୍ୟର ଲୋକଙ୍କୁ "ପ୍ରକୃତ ବିଜେତା" ବୋଲି କହିଛନ୍ତି ଟ୍ରମ୍ପ ।

'ଏବେ ଶାନ୍ତିର ସମୟ ଆସିଛି'- ଇରାନ୍‌- ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ପରେ ଦୁନିଆକୁ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି ଏବେ ଶାନ୍ତିର ସମୟ ଆସିଛି । ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ବିଶ୍ବକୁ ଶୁଭେଚ୍ଛା, ଏବେ ଶାନ୍ତିର ସମୟ । ଏହି ନିଷ୍ପତ୍ତିକୁ ଐତିହାସିକ କରିବା ସହ ଯୁଦ୍ଧ ଆହୁରି ଲମ୍ବା ଚାଲିଥାନ୍ତା । ପୁରା ମଧ୍ୟପ୍ରାଚ୍ୟ ବର୍ବାଦ ହୋଇଯାଇଥାନ୍ତା । ହେଲେ ଏମିତି ହେଲା ନାହିଁ କି ଆଗକୁ କିଛି ହେବ ନାହିଁ ।

ଅଧିକ ପଢନ୍ତୁ...୧୨ ଦିନ ପରେ ଅଟକିଲା ଇରାନ୍‌-ଇସ୍ରାଏଲ୍‌ ଯୁଦ୍ଧ ; ଅସ୍ତ୍ରବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ଆମେରିକା ଇରାନର ତିନୋଟି ପରମାଣୁ ଠାକଣା- ଫୋର୍ଡୋ, ନାତାଞ୍ଜ ଏବଂ ଇସ୍ଫାହାନ ଉପରେ ଆକ୍ରମଣ କରିଥିଲା । ଇସ୍ରାଏଲ ସହିତ ବିବାଦ ସମାପ୍ତ ନ କଲେ ଇସଲାମିକ ଗଣରାଜ୍ୟକୁ ଅଧିକ "ସଠିକ ଆକ୍ରମଣ" କରିବାକୁ ଚେତାବନୀ ଦେଇଥିଲା ଆମେରିକା । ରାଷ୍ଟ୍ରପତି ଟ୍ରମ୍ପ କହିବାର ଏ ନେଇ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି କହିଥିଲେ । ହେଲେ ଗତ ରବିବାର ଆମେରିକା ଇରାନ୍‌ର ୩ ପରମାଣୁ ଆଡ୍ଡାକୁ ଆକ୍ରମଣ କରିଥିଲା । 'ଅପରେସନ ରାଇଜିଂ ଲାୟନ'ର ନବମ ଦିନରେ ଏହି ହମଲା ହୋଇଥିଲା । ଇରାନର ଅନେକ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଶୀର୍ଷ ସାମରିକ ଅଧିକାରୀ ଏବଂ ପରମାଣୁ ବୈଜ୍ଞାନିକମାନେ ପ୍ରାଣ ହରାଇଥିଲେ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ଆମେରିକାର ଆକ୍ରମଣ "IDF ସହିତ ସମନ୍ୱୟରେ ଥିଲା" ଏବଂ ଏହା "ଇରାନ ଶାସନର ଆକ୍ରମଣକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ" ଥିଲା । ଜବାବରେ ଗତକାଲି (ସୋମବାର) ଇରାନୀ କ୍ଷେପଣାସ୍ତ୍ର ପଶ୍ଚିମ ଏସିଆର ସର୍ବବୃହତ ଆମେରିକୀୟ ସାମରିକ ଘାଟି, ଅଲ-ଉଦେଦକୁ ଟାର୍ଗେଟ କରିଥିଲା । ଏହି ଅଞ୍ଚଳରେ ସମସ୍ତ ବିମାନ କାର୍ଯ୍ୟ ପାଇଁ ଅଲ-ଉଦେଦ ହେଉଛି ଆମେରିକୀୟ ସେନାର ମୁଖ୍ୟାଳୟ ।

ଇରାନ୍‌- ଇସ୍ରାଏଲ ଯୁଦ୍ଧ ଭିତରକୁ ଆମେରିକା ଏଣ୍ଟ୍ରି କରିବା ପରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ 'ଶାନ୍ତି ଆସିବ ନଚେତ୍‌ ଦୁଃଖଦ ଘଟଣା ଘଟିବ।' "ଇରାନର ପ୍ରମୁଖ ପରମାଣୁ ସମୃଦ୍ଧି ସ୍ଥାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦିଆଯାଇଛି । ଆମେରିକାର ଯୁଦ୍ଧ ଇରାନର ପରମାଣୁ ପ୍ରତିଷ୍ଠାନ ବିରୋଧରେ ନୁହେଁ, ଇରାନର ଆଣବିକ ଶକ୍ତି ନଷ୍ଟ ବିରୋଧରେ । ଇରାନ 'ଭବିଷ୍ୟତରେ ପରମାଣୁ କ୍ଷମତା ପୁନଃନିର୍ମାଣ' କରିପାରିବ ନାହିଁ । ଆମେରିକା ଇରାନରେ B-2 ବୋମାବର୍ଷା ବିମାନ ବ୍ୟବହାର କରି ଏକ ଆକ୍ରମଣ କରିଥିଲା, ଯାହାକୁ ୧୪ ହଜାର କିଲୋଗ୍ରାମ ଜେବିୟୁ-୧୭ ଆଡଭାନ୍ସ  ବଙ୍କରବଷ୍ଟର କୁହାଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.