ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାୟଗଡ଼ା ପ୍ରବେଶ ଉପରେ କଟକଣା: ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ୍‌, ଆସୁ ନାହାନ୍ତି ମିଲର

Published By : Harapriya Sethi | June 21, 2025 2:48 PM

କଟକ,୨୧/୬: କିଛିଦିନ ତଳେ ରାୟଗଡ଼ା ଜିଲ୍ଲା ପ୍ରଶାସନ ବିଶିଷ୍ଟ ସମାଜସେବୀ ମେଧା ପାଟେକର ଏବଂ ଆବେଦନକାରୀ ଡାକ୍ତର ର‌୍ୟାଣ୍ଡଲ ସିକୁଇରାଙ୍କ ସମେତ ୨୪ଜଣଙ୍କୁ ରାୟଗଡ଼ାରେ ପ୍ରବେଶ ଉପରେ କଟକଣା ଲଗାଇଥିଲା । ଏହି କଟକଣାକୁ ବିରୋଧରେ ଡାକ୍ତର ସିକୁଇରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଆଜି ମାମଲାର ଶୁଣାଣି କରି ରାୟଗଡ଼ା ଜିଲ୍ଲାପାଳଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରିଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରାୟଗଡ଼ାରେ ଗତ ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାର ଆୟୋଜନ କରାଯିବାକୁ ଯୋଜନା ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ମେଧା ପାଟେକରଙ୍କ ସମେତ ଅନ୍ୟ କିଛି ସମାଜସେବୀ, ପରିବେଶବିତ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମେଧା ପଟେକର, ଡାକ୍ତର ସିକୁଇରା ଏବଂ ଅନ୍ୟ ୨୨ଜଣଙ୍କୁ ରାୟଗଡ଼ା ପ୍ରବେଶ ଉପରେ ଦୁଇ ମାସ ଲାଗି କଟକଣା ଲାଗୁ କରାଯାଇଥିଲା । ଆବେଦନକରୀ ଡାକ୍ତର ସିକୁଇରା ରାୟଗଡ଼ା ଏବଂ ଭବାନୀପାଟଣା ଅଞ୍ଚଳରେ ବହୁ ଲୋକଙ୍କୁ ଚିକିତ୍ସା କରିଥାନ୍ତି । ଯଦିଓ ସେ ସରକାରୀ ଚିକିତ୍ସକ ନୁହଁନ୍ତି କିନ୍ତୁ ଉକ୍ତ ଅଞ୍ଚଳରେ ସେ ମ୍ୟାଲେରିଆ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିଥାନ୍ତି । ହେଲେ ଏହି ଘଟଣା ପାଇଁ ତାଙ୍କୁ ରାୟଗଡ଼ା ପ୍ରବେଶ ଉପରେ କଟକଣା ଲଗାଇ ଦିଆଯିବାରୁ ସେ ଅନେକ ଲୋକଙ୍କୁ ଚିକିତ୍ସା କରିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ତାଙ୍କ ପ୍ରବେଶ ଉପରେ କଟକଣାକୁ ଉଠାଇବା ପାଇଁ ସେ ପ୍ରାର୍ଥନା କରିଛନ୍ତି । ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ରାୟଗଡ଼ା ଜିଲ୍ଲାପାଳଙ୍କୁ ନୋଟିସ୍‌ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଫରାଜ୍‌ ସୋହେଲ୍‌ ମାମଲା ପରିଚାଳନା କରୁଛ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.