ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଭୟଙ୍କର ଦୁର୍ଘଟଣା: ବିବାହରେ ଯୋଗ ଦେଇ ଫେରୁଥିଲେ; କାର୍‌କୁ ପିଟିଲା ଟ୍ରକ, ୯ ମୃତ

Published By : Ankita S | June 20, 2025 10:46 AM

କୋଲକାତା,୨୦/୦୬: ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ । କିଏ ଜାଣିଥିଲା ବାଟରେ ଯମ ଜଗି ବସିଛି ବୋଲି । ପଶ୍ଚିମବଙ୍ଗ ପୁରୁଲିଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । କାର୍‌କୁ ଟ୍ରକ ଧକ୍କା ଦେବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଆଜି (ଶୁକ୍ରବାର) ସକାଳୁ ଭୀଷଣ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ ଏକ ବିବାହ ସମାରୋହରୁ ଫେରୁଥିଲେ । ପୁଲୁରିଆ-ଟାଟା ଜାତୀୟ ରାଜପଥ ନମ୍ବର ୧୮ ସ୍ଥିତ ବଲରାମପୁର ଥାନା ଅନ୍ତର୍ଗତ ନାମସୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ଦୁର୍ଘଟଣା ହୋଇଛି । ମିଳିଥିବା ସୂଚନା ଅନୁସାରେ କାର୍‌ଟି ପୁରୁଲିଆରୁ ଝାଡଖଣ୍ଡ ଅଭିମୁଖେ ଯାଉଥିଲା । ସେଥିରେ ୯ ଜଣ ଥିଲେ । ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ କାର୍‌କୁ ଧକ୍କା ଦେଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।

ପୁଲିସ ସୂଚନା ଅନୁସାରେ, ସମସ୍ତ ମୃତକ ବୋଲେରୋ ଏସୟୁଭିରେ ପୁରୁଲିଆର ବାରବଜାର ଥାନା ଅଞ୍ଚଳର ଆଡାବାନା ଗାଁରୁ ଝାଡ଼ଖଣ୍ଡର ନିମଡିହ ଥାନା ତିଲାଇତାଣ୍ଡ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣାର ଖବର ପାଇଁ ତୁରନ୍ତ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣାର ସଠିକ୍ କାରଣ କଣ ତାର ତଦନ୍ତ ଚାଲିଛି । ପ୍ରାଥମିକ ରିପୋର୍ଟରେ ଦୁର୍ଘଟଣାର କାରଣ ଦ୍ରୁତ ଗତିର ଗାଡ଼ି ଚାଳନା ଓ ସାମ୍ଭାବ୍ୟ ଅବହେଳାକୁ କାରଣ ଭାବରେ ଦର୍ଶାଯାଇଛି । ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ବିଶେଷ କରି ମୃତକଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି । ସେମାନେ ଏକ ବିବାହ ଉତ୍ସବରୁ ଫେରୁଥିଲେ ହେଲେ କିଏ ଜାଣିଥିଲେ ଏମିତି ଏକ ଭୟଙ୍କର ଦୁର୍ଘଟଣା ଘଟିବ ବୋଲି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.