ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରାଇଜୋମିନାଲ ନ୍ୟୁରାଲଜିଆ ରୋଗରେ ପୀଡ଼ିତ ବଲିଉଡ଼ ଭାଇଜାନ, ଜାଣନ୍ତୁ ଏହାର ଲକ୍ଷଣ

Published By : Anindita Ratha | June 24, 2025 8:56 AM

ନୂଆଦିଲ୍ଲୀ,୨୪/୦୬: ବଲିଉଡ଼ ଅଭିନେତା ସଲମାନ ଖାନ୍ । ତାଙ୍କର ଦମଦାର ଅଭିନୟ ପାଇଁ ସେ ଘରେ ଘରେ ପରିଚିତ । ନିକଟରେ ସଲମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । କମେଡି କିଙ୍ଗ କପିଲ ଶର୍ମାଙ୍କ 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ'ରେ  ସେ କହିଛନ୍ତି ଯେ, ସେ ଗୋଟିଏ ନୁହେଁ ବରଂ ତିନୋଟି ରୋଗରେ ପୀଡ଼ିତ । ଆଉ ଏ ସମସ୍ତ ରୋଗ ମସ୍ତିସ୍କ ଏବଂ ସ୍ନାୟୁ ଜନିତ ରୋଗ ବୋଲି ସେ କହିଥିଲେ। ତେବେ ଆସନ୍ତୁ ଜାଣିବା କଣ ଏହି ଟ୍ରାଇଜୋମିନାଲ ନ୍ୟୁରାଲଜିଆ ରୋଗ ?

ଟ୍ରାଇଜୋମିନାଲ ନ୍ୟୁରାଲଜିଆ ଏମିତି ରୋଗ, ଯେଉଁଥିରେ ଆକ୍ରାନ୍ତ ହେଲେ ରୋଗୀର ମୁହଁର ଗୋଟିଏ ପାର୍ଶ୍ୱରେ ବ୍ୟଥା ଅନୁଭବ ହୁଏ । ଖୁବ କମ ସମୟ ପାଇଁ ହେଲେ ହେଁ ଏହା ଖୁବ ଯନ୍ତ୍ରଣାଦାୟକ । ଏହା ଟ୍ରାଇଜେମିନାଲ୍ ନ୍ୟୁରାଲଜିଆକୁ ପ୍ରଭାବିତ କରିଥାଏ, ଯାହା ମୁହଁରୁ ମସ୍ତିଷ୍କକୁ ସଙ୍କେତ ପଠାଇଥାଏ ।ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ହେଉଛି ଏମିତି ଏକ ସ୍ନାୟୁ ଯାହା ମୁହଁରୁ ମସ୍ତିଷ୍କକୁ ସଙ୍କେତ ପଠାଏ । ଯେତେବେଳେ ଏହି ସ୍ନାୟୁ କ୍ଷତିଗ୍ରସ୍ତ ହୁଏ କିମ୍ବା ଉତ୍ତେଜିତ ହୁଏ ଖୁବ ଯନ୍ତ୍ରଣା ହୁଏ । ଯନ୍ତ୍ରଣା ବିଦ୍ୟୁତ୍ ଆଘାତ କିମ୍ବା ଛୁରୀ କ୍ଷତ ପରି ଅନୁଭବ ହୁଏ ।ତେବେ ଏହି ଯନ୍ତ୍ରଣା କେବଳ ମୁହଁର ଗୋଟିଏ ପାର୍ଶ୍ୱରେ ହୁଏ । ଦାନ୍ତ ଘଷିବା, ଚୋବାଇବା, ମେକଅପ୍ ଲଗାଇବା କିମ୍ବା ମୁହଁରେ ପବନ ବାଜିବା ଦ୍ୱାରା ବି ଯନ୍ତ୍ରଣା ହୁଏ । ଏହା ଏକ ଦୀର୍ଘକାଳୀନ ଯନ୍ତ୍ରଣା ।

ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ରୋଗରେ ପୀଡିତ ହେଲେ ପ୍ରାଥମିକ ଅବସ୍ଥାରେ ସାମାନ୍ୟ ଯନ୍ତ୍ରଣା ହୋଇଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ଅବସ୍ଥା ବହୁତ ଖରାପ ହୋଇପାରେ । ଯନ୍ତ୍ରଣା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ବାରମ୍ବାର ହୋଇଥାଏ । ସାଧାରଣତଃ ମହିଳା ଏବଂ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରେ ଏହି ରୋଗ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ । ଟ୍ରାଇଜେମିନାଲ୍ ନ୍ୟୁରାଲଜିଆକୁ ଟିକ୍ ଡୁଲୋରେକ୍ସ ମଧ୍ୟ କୁହାଯାଏ । ଟିକ୍ ଡୁଲୋରେକ୍ସର ଅର୍ଥ ଜୀବନ ସାରା ଯନ୍ତ୍ରଣା ସହିତ ବଞ୍ଚିବା ନୁହେଁ, ଚିକିତ୍ସା ଦ୍ୱାରା ଏହାର ନିରାକରଣ କରାଯାଇପାରିବ।ତେବେ ଏହି ଯନ୍ତ୍ରଣା ୨ ମିନିଟ୍ ପର୍ଯ୍ୟନ୍ତ ଅନୁଭୂତ ହୁଏ । ଯେହେତୁ ଏହା ଦିନକୁ ୧୦୦ଥର  ହୋଇପାରେ, ତେଣୁ ଯନ୍ତ୍ରଣା ଅସହ୍ୟ ବି ହୋଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.