ଭୁବନେଶ୍ବର, ୧୨/୦୬: ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସିଲା ‘ମିଡ୍ ଡେ’ ମିଲ୍’ ମାର୍ଗଦର୍ଶିକା । ଶିଶୁ ବାଟିବାରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଯେଉଁ ମାନେ ବିଦ୍ୟାଳୟରେ ଉପସ୍ଥିତି ଥିବେ ସେମାନଙ୍କୁ ଏହି ଯୋଜନାରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ନିରାପଦ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମୟ ସମୟରେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କିନ୍ତୁ ଅସାବଧାନତା, ଉଦାସୀନତା ଏବଂ ଗୁଣାତ୍ମକ ପ୍ରୋଟୋକଲ ପାଳନ ନକରିବା ଫଳରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଏହାର ପଏଣ୍ଟର ଗୁଡ଼ିକ ନିମ୍ନରେ ବିସ୍ତୃତ ଭାବେ ଦିଆଯାଇଛି ।
୧. ଆସନ୍ତା ଜୁନ୍ ୧୮ ତାରିଖରେ ବିଦ୍ୟାଳଗୁଡ଼ିକରେ ରଜ ଛୁଟି ଖୋଲିବ । ଏହା ପୂର୍ବ ସମସ୍ତ ପ୍ରକାର ପ୍ରସ୍ତୁତି କରିବା ସହିତ ସତର୍କତା ଅବଲମ୍ବନ କରାଯିବାକୁ ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଛାତ୍ରଛାତ୍ରୀ ଯେଭଳି ‘ମିଡ୍ ଡେ ମିଲ’ରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶାବଳୀ କୁହାଯାଉଛି ।
୨. ଛୁଟି ସମୟରେ ଅବ୍ୟବହୃତ ହୋଇ ରହିଥିବା ଏମଡିଏମ ଖାଦ୍ୟର ମାନ ଯାଞ୍ଚ କରିବା ସମୟରେ ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ରୋଷେଇ ପାଇଁ ନିୟୋଜିତ ଥିବା ପାଚିକା, ସହାୟକ ପାଚିକା କିମ୍ବା ସ୍ୱୟଂ-ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରିବା ପୂର୍ବରୁ ‘ମିଡ୍ ଡେ ମିଲ୍’ର ଉପକରଣ ଏବଂ ସାମଗ୍ରୀଗୁଡ଼ିକରୁ ଭଲ ଭାବେ ଯାଞ୍ଚ କରିବାକୁ କୁହାଯାଇଛି ।
୩. ଖାଦ୍ୟରେ ବିଷକ୍ରିୟା ଯେପରି ନହେବ ସେଥିପାଇଁ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନ ଶିକ୍ଷକ, ସହାୟକ ଶିକ୍ଷକଙ୍କ ଉପସ୍ଥିତରେ CRCC ଏବଂ BEO ଖାଦ୍ୟର ଯୋଗ୍ୟତା ପରୀକ୍ଷା କରାଯିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବୈଠକ କରି ସଚେତନ କରିପାରିବେ ।
୪. ସ୍କୁଲ ଖୋଲିବା ପୂର୍ବରୁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ, ବିଦ୍ୟାଳୟରେ ରୋଷେଇ ସ୍ଥାନଟି ସମ୍ପୂର୍ଣ୍ଣ ଭାବେ ପରିଷ୍କାର ରହିଛି । CCH, ପାନୀୟ ଜଳ ଏବଂ ଏମଡିଏମ୍ ଉପାଦାନ ଗୁଡ଼ିକ ସମ୍ବନ୍ଧୀୟ ସମସ୍ତ ସୁରକ୍ଷା ପ୍ରୋଟକଲକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ସ୍କୁଲ ଖୋଲିଲେ DEOs, BEOs ଏବଂ CRCCs ମାନେ ସ୍କୁଲ ପରିଦର୍ଶନ କରି ଖାଦ୍ୟର ଗୁଣବତାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି । ...