ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦୋକାନରେ ଭାରତୀୟ, ପାକିସ୍ତାନୀ, ବାଂଲାଦେଶୀଙ୍କୁ ଡିସ୍‌କାଉଣ୍ଟ୍‌ ମନା

Published By : Anindita Ratha | May 2, 2025 1:02 PM

ନୂଆଦିଲ୍ଲୀ,୦୨/୦୫: ବର୍ତ୍ତମାନ ଏକ ଇନଷ୍ଟାଗ୍ରାମ ରିଲ୍‌କୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା ।  ରିଲ୍‌ରେ  ଏକ ଦୋକାନ ଭିତରେ ଏକ ସୂଚନା ଦେଖିବାକୁ ମିଳିଛି, ଯାହା ତୁର୍କୀର ଇସ୍ତାନବୁଲର ବୋଲି କୁହାଯାଉଛି । ଏହି ସୂଚନା ସ୍ପଷ୍ଟ ଭାବେ ଦକ୍ଷିଣ ଏସୀୟ ଗ୍ରାହକଙ୍କୁ ନଜରରେ ରଖି ଉଲ୍ଲେଖ ହୋଇଛି । ଏହାକୁ ନେଇ ସାଂସ୍କୃତିକ ସମ୍ବେଦନଶୀଳତା, ମାର୍କେଟିଂ ରଣନୀତି ଓ ବୈଶ୍ୱିକ ପର୍ଯ୍ୟଟନ ସ୍ଥଳୀରେ ଅନ୍ତର୍ଭୁକ୍ତୀକୁ ନେଇ ବିତର୍କ ତେଜିଛି । ସେହିପରି ଭିଡିଓକୁ ୩୦ ଲକ୍ଷରୁ ଅଧିକ ୟୁଜର୍‌ ଦେଖିସାରିଲେଣି । 

ଏହା ମଧ୍ୟ ପଢନ୍ତୁ-  କାହିଁକି ପାକିସ୍ତାନ ଫେରିପାରିବେନି ସୀମା ହାଇଦର? ଜାଣନ୍ତୁ କ’ଣ ରହିଛି ନିୟମ..

ତେବେ ରିଲ୍‌ରେ ପ୍ରଥମେ ଦୋକାନର ଆଭ୍ୟନ୍ତର ଡିଜାଇନ୍‌ ବିସ୍ତୃତ ଭାବେ ପ୍ରଦର୍ଶିତ ହୋଇଛି । ତା’ପରେ ଚେକ୍‌ଆଉଟ୍‌ କାଉଣ୍ଟର୍‌ ନିକଟରେ ସ୍ଥିତ ଏକ ସୂଚନା ଉପରେ ଫୋକସ୍‌ କରାଯାଇଛି । ଏଥିରେ ଗାଢ୍‌ ରଙ୍ଗର ପ୍ରିଣ୍ଟ୍‌ରେ ଉଲ୍ଲେଖ ହୋଇଛି ‘ଭାରତ, ପାକିସ୍ତାନ ଓ ବାଂଲାଦେଶ ଭାଇମାନେ ଦୟାକରି ରିହାତି ମାଗନ୍ତୁ ନାହିଁ ।’ରିଲ୍‌ରେ କ୍ୟାପ୍‌ସନ ରହିଛି ‘ଇସ୍ତାନବୁଲରେ ଖାସ୍‌କରି ଦକ୍ଷିଣ ଏସୀୟ ଲୋକଙ୍କ ପାଇଁ ମୁଁ ଏକ ‘ନୋ ଡିସ୍‌କାଉଣ୍ଟ୍‌’ନୋଟିସ୍‌ ଦେଖିଲି ।’ ଏହାକୁ ନେଇ ୟୁଜର୍‌ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.