ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଚାରି ସାଇବର କ୍ରାଇମ ମାମଲାରେ ୬ ଠକ ଗିରଫ

Published By : Bijay Swain | June 13, 2025 8:16 PM

କଟକ, ୧୩/୬: କ୍ରାଇମ ବ୍ରାଞ୍ଚର ସାଈବର ସେଲକୁ ବଡ଼ ସଫଳତା। ଚାରିଟି ଭିନ୍ନ ସାଇବର ଠକେଇ ମାମଲାରେ ୬ ଜଣଙ୍କୁ ଗିରଫ କରିଛି ସାଇବର ସେଲ। ବାଲେଶ୍ୱରର ଜଣେ ଓ ଭୁବନେଶ୍ୱରର ତିନି ଜଣଙ୍କ ଠାରୁ ପ୍ରାୟ ୩ କୋଟି ୭୨ ଲକ୍ଷ ଟଙ୍କା ନିବେଶ ନାଁରେ ଠକିନେବା ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗରୁ ଜଣେ ମହିଳା ଗିରଫ ହୋଇଥିବା ବେଳେ ଗୁଜରାଟରୁ ୫ ଜଣ ସାଇବର ଠକ ବନ୍ଧା ହୋଇଛନ୍ତି। ପୂର୍ବରୁ ଏସବୁ ମାମଲାରେ ଆଉକିଛି ଠକ ଗିରଫ ହୋଇଥିଲେ। ତେବେ ଗିରଫ ଅଭିଯୁକ୍ତ ସମସ୍ତେ ନିଜର ବ୍ୟାଙ୍କ ଖାତା ଠକେଇରେ ଭଡା ଲଗାଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଚାଷୀ, ଜଣେ ପରିବା ବେପାରୀ, ଜଣେ ମୋଟର ମେକାନିକ, ଜଣେ କାରଖାନା କର୍ମଚାରୀ ଓ ଜଣେ ମହିଳା ଏକ ବେସରକାରୀ ଚାକିରି କରିଛନ୍ତି ବୋଲି ସୁଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.