ହାଟଡିହି, ୧୪/୦୬: ପାରିବାରିକ କଳହର କରୁଣ ପରିଣତି । ଜ୍ୱାଇଁର ଧାରୁଆ ଅସ୍ତ୍ର ଆକ୍ରମଣରେ ଶାଶୁ ଏବଂ ସ୍ତ୍ରୀ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମର ପାତ୍ରସାହିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶୁକ୍ରବାର ସ୍ବାମୀ ହରେକୃଷ୍ଟ ନାଇକ, ସ୍ତ୍ରୀ ଓ ଶାଶୁଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ବିବାଦର ସମାଧାନ କରି ଥାନାରୁ ଫେରିବା ପରେ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ହରେକୃଷ୍ଟ ନାଇକ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେସ୍ତ୍ରୀ ଗୌରୀ ପାତ୍ର ଓ ଶାଶୁ ଗୁରୁତର ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପାରିବାରିକ କଲହରୁ ଏପରି ଘଟିଥିବା କୁହାଯାଇଛି।