ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସୋନପୁର କଲେଜ ଆଲୁମିନି ଆସୋସିଏସନ ପକ୍ଷରୁ ବିଧାନସଭା ଗୃହ କମିଟିକୁ ଦାବିପତ୍ର ପ୍ରଦାନ…

Published By : Ladu Kishor | June 24, 2025 10:55 PM

ସୋନପୁର୨୪/୦୬ : ସୁବର୍ଣ୍ଣପୁର ଜିଲ୍ଲାକୁ ବିଧାନସଭା ଗୃହ କମିଟି ଗସ୍ତ ଅବସରରେ ସୋନପୁର ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ ପକ୍ଷରୁ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସୋସିଏସନର ଉପ ସଭାପତି ଗତିକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ଭାରତ ଭୁଷଣ ଦାଶ, ରାମ ଶଙ୍କର ଭୋଇ, ସୁଧୀର କୁମାର ପଣ୍ଡା, ମିଡିଆ ସେଲର ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସ୍ୱରୂପ ପାତ୍ର ପ୍ରମୁଖ ଏକ ପ୍ରତିନିଧି ଦଳ ଏ ନେଇ ସର୍କିଟ ହାଉସ ଠାରେ କମିଟିକୁ ଦାବିପତ୍ର ପ୍ରଦାନ କରିଥିଲେ । ଗୃହ କମିଟି ସହ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମଧ୍ଯ ଉପସ୍ଥିତ ଥିଲେ ଏବଂ ସେ କଲେଜର ସମସ୍ୟା ବିଷୟ ନିଶ୍ଚୟ ଗୃହ କମିଟିକୁ ଜଣାଇବେ ବୋଲି କହିଥିଲେ।

ପ୍ରକାଶ ଯୋଗ୍ୟ ଯେ ସୋନପୁର ମହାବିଦ୍ୟାଳୟ ୧୯୬୪ ମସିହାରୁ ସ୍ଥାପିତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସରକାରୀ ମାନ୍ୟତା ପାଇ ପାରିନାହିଁ। ଜିଲ୍ଲାର ସର୍ବପୁରାତନ ସୋନପୁର ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବର୍ତ୍ତମାନ ମହା ବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପର୍ଯ୍ୟନ୍ତ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୨୩୦୦ ଜଣ ଛାତ୍ରୀ/ ଛାତ୍ର ଅଧ୍ୟୟନରତ ଅଛନ୍ତି । ମହାନଦୀ କୂଳସ୍ଥିତ ଏକ ସବୁଜିମା ମନୋରମ ପରିବେଶରେ ୧୯୬୪ ମସିହାରେ ସ୍ଥାପିତ ହୋଇ ମହାବିଦ୍ୟାଳୟଟି ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନିରନ୍ତର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଅଛି । ଅନେକ ସୁନାମ ଅର୍ଜନ କରିଥିବା ଏହି ମହାବିଦ୍ୟାଳୟଟି ବିଭିନ୍ନ କ୍ଷେତ୍ରରେ ଆଜି ସୁଦ୍ଧା ବହୁ ପ୍ରତିଷ୍ଠିତ ଏଠାରୁ ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ, ଡାକ୍ତର,  ଯନ୍ତ୍ରୀ, ଲୋକ ପ୍ରତିନିଧି ସୁନାମଧନ୍ୟ ମେଧାବୀ ସୃଷ୍ଟି କରିପାରିଛି। ୨୦୧୬ ମସିହା “ ରାଷ୍ଟ୍ରିୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ” ଅନୁସାରେ ମହାବିଦ୍ୟାଳୟଟି ବି ଗ୍ରେଡ଼୍ ମାନ୍ୟତା ଲାଭ କରିଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.