ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନିଆରା ଢ଼ଙ୍ଗରେ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କଲା ଛାତ୍ର କଂଗ୍ରେସ

Published By : Suraj Kumar | June 19, 2025 10:31 PM

ଭୁବନେଶ୍ୱର,୧୯/୬ : ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଛାତ୍ର କଂଗ୍ରେସ ତରଫରୁ ସାମାଜିକ ନ୍ୟାୟ ଆଧାରିତ ଚଳଚିତ୍ର “ଫୁଲେ” ପ୍ରଦର୍ଶିତ କରାଯାଇଛି । କଟକର ବୃନ୍ଦାବନ ହଲରେ ପ୍ରାୟ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଚଳଚିତ୍ରକୁ ଦେଖିଥିଲେ । 

ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଲୋକସଭା ବିରୋଧି ଦଳର ନେତା ଜନନାୟକ ରାହୁଲ ଗାନ୍ଧୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଯେପରି ଅତୀତରେ ଜ୍ୟୋତିଭା ଫୁଲେ ଓ ସାବିତ୍ରୀବାଇ ଫୁଲେ ସାମାଜିକ କୁସଂସ୍କାର, ଅଶିକ୍ଷା ଓ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ବର୍ତ୍ତମାନ ସାରା ଦେଶରେ ଜାତିଗତ ଜନଗଣନା ପାଇଁ ଓ ନାରୀ ନ୍ୟାୟ ପାଇଁ ରାହୁଲ ଗାନ୍ଧୀ ଲଢ଼େଇ ଜାରି ରଖିଛନ୍ତି । “ଫୁଲେ” ଚଳଚିତ୍ର ଦେଖି ସାରିବା ପରେ ଛାତ୍ରମାନେ ଏକା ସ୍ୱରରେ କହିଥିଲେ ମୁଁ ବି ରାହୁଲ ଗାନ୍ଧୀ, ମୁଁ ବି ଆଣିପାରେ ସମାଜର ପରିବର୍ତ୍ତନ । ଏହି କାର୍ଯ୍ୟକ୍ରମରେ ଯୁବଛାତ୍ରଙ୍କ ଆଦର୍ଶ ମାନସ ଚୌଧୁରୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ବିପ୍ଲବ ଶୀଳାଦିତ୍ୟ, ମହମ୍ମଦ ଇମ୍‌ଦାଦ୍ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.